Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ବ୍ୟାରେଜ ଦାବିରେ ନଦୀ ଆଳତି ସହ ସଂକୀର୍ତ୍ତନ ଯାତ୍ରା, ଦସ୍ତଖତ ସଂଗ୍ରହ କଲା ବିଜେପି

27/07/2021 at 1:56 PM

ଭଦ୍ରକ ୨୭/୭ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଆଖୁଆପଦାରେ ବୈତରଣୀ ନଦୀର ଆନିକଟକୁ ବ୍ୟାରେଜରେ ପରିଣତ କରିବା ସହ ଉପକୂଳବର୍ତ୍ତି ଗ୍ରାମଗୁଡିକୁ ବନ୍ୟା ସୁରକ୍ଷା ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନେତୃତ୍ୱରେ ଅଭିଯାନ ଆରମ୍ଭ । ୨୦୨୦ ମସିହାରେ ବିଜେପି ପକ୍ଷରୁ ବ୍ୟାରେଜ ନିର୍ମାଣ ଦାବି କରାଯାଇ ଦସ୍ତଖତ ସଂଗ୍ରହ କରାଯାଇଥିଲା ।

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜ ସମକକ୍ଷ ଆଖୁଆପଦାର ପ୍ରସ୍ତାବିତ ବ୍ୟାରେଜ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଛି । କୃଷି ଓ ବନ୍ୟା ନିୟନ୍ତ୍ରଣ ପାଇଁ ଉପଯୋଗୀ ଏହି ବ୍ୟାରେଜ ନିର୍ମାଣକୁ ରାଜ୍ୟ ସରକାର ଅଣଦେଖା କରିଆସୁଛନ୍ତି । ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ଜିଲ୍ଲାବାସୀଙ୍କ ଏହି ଦାବି ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚି ପାରୁନାହିଁ ।

ଏବେ ଏହି ଅଭିଯାନକୁ ସକ୍ରିୟ କରାଯାଇଛି । ଏନେଇ ଦଳ ପକ୍ଷରୁ ଗତ ସପ୍ତାହରେ ବ୍ୟାପକ ଆନ୍ଦୋଳନ ପାଇଁ ସୂଚନା ପ୍ରଦାନ କରାଯାଇଥିଲା । ପୂର୍ବ ଘୋଷଣା ଅନୁଯାୟୀ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ବହୁ କର୍ମୀ ଓ ସ୍ଥାନୀୟ ବାସିନ୍ଦା ପ୍ରମୁଖ ବଳିପୁର ଠାରେ ବୈତରଣୀ ନଦୀରେ ଆଳତୀ କରି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ଏକ ସଂକୀର୍ତ୍ତନ ମଣ୍ଡଳୀ ସହ ପଦଯାତ୍ରାରେ ବାହାରି ଗାଁ ଗାଁକୁ ଯାଇ ଦସ୍ତଖତ ଅଭିଯାନ ମଧ୍ୟ ଚଳାଇଥିଲେ ।

ଏହି ଅବସରରେ ସ୍ଥାନୀୟ ବଳିପୁର, ବନ୍ଦାଳୋ, ମଢିଆଳି, ଖପୁରିଆପଦା, ବାବଲପୁର, ଦାଦେଶ୍ୱର, ଝୁଟୁଣା, ବନସ୍ତା ତରେଇସାହି ଆଦି ଅସୁରକ୍ଷିତ ଗ୍ରାମଗୁଡିକୁ ବନ୍ୟାରୁ ସୁରକ୍ଷା ଦେବା ପାଇଁ ଦାବି କରିଥିଲେ । ଏହା ସହ କଣ୍ଟିଘାଇ ଓ ବାଲିପୋଖରୀ ଏସକେପର ସ୍ଥାୟୀ ନିର୍ମାଣ ପାଇଁ ମଧ୍ୟ ଦାବି କରାଯାଇଥିଲା । ଏହି ଅଭିଯାନ କ୍ରମାଗତ ଭାବେ ପରିଚାଳିତ ହୋଇ ବ୍ଲକ ଅଞ୍ଚଳରେ ଥିବା ନଦୀର ଶେଷ ସୀମାବର୍ତ୍ତି ଗ୍ରାମରେ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଥିଲା ।

   Related Posts