Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଫେକ୍ ଟିକଟକ୍ ହିରୋଙ୍କ ଗିରଫ ଦାବି କଲେ ବାଲେଶ୍ବର ନାରୀ ସଂଘ ସମ୍ପାଦିକା

5/06/2020 at 8:35 AM

ବାଲେଶ୍ବର୫/୬: ବାଲେଶ୍ବରର ଖନ୍ତାପଡ଼ା ମହରାଜପୁରର ଜଣେ ବିବାହିତ ଯୁବକ ଏକାଧିକ ଝିଅଙ୍କୁ ନିଜ ପ୍ରେମଜାଲରେ ଫସାଇ ସେକ୍ସ ରାକେଟ୍‌ ଚଳାଇଥିବା ଅଭିଯୋଗ ହୋଇଛି । ନିକଟରେ ଏହି ଯୁବକ ଜଣକ ସୋସିଆଲ ମିଡିଆରେ ସୁଦୁର ବାଙ୍ଗାଲୋରର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାଲେଶ୍ବରକୁ ଡାକିଥିଲେ । ସଂପୃକ୍ତ ଯୁବତୀ  ଓ ତାଙ୍କର ଜଣେ ବାନ୍ଧବୀ ବାଲେଶ୍ବର ଆସି ୪ମାସ ଉକ୍ତ ଯୁବକଙ୍କ ସହ ରହିବା ପରେ ଯୁବକ ଜଣକ ବିବାହିତ ବୋଲି ଜାଣିବାକୁ ପାଇଥିଲେ ।

ସେପଟେ ଯୁବକଙ୍କ ପତ୍ନୀ ଏହି ଘଟଣା ଜାଣିବା ପରେ ଖନ୍ତାପଡ଼ା ପୋଲିସକୁ ଜଣାଇବା ପରେ ପୋଲିସ ବାଙ୍ଗାଲୋରରୁ ଆସିଥିବା ଯୁବତୀଙ୍କୁ ଉଦ୍ଧାର କରି ବାଲେଶ୍ବର ନାରୀ ସଂଘ ଅଧୀନରେ ଥିବା ସୁଧାର ଗୃହରେ ଛାଡ଼ିଥିଲା । ତେବେ ମାର୍ଚ୍ଚ ୧୨ରୁ ସମସ୍ତ ଘଟଣା ଜଣାପଡ଼ିଥିଲେ ମଧ୍ୟ ଖନ୍ତାପଡ଼ା ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ ନକରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାଲେଶ୍ବର ନାରୀ ସଂଘ ସମ୍ପାଦିକା ।

   Related Posts