Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

‘ମେଡ୍ ଇନ୍ ଇଣ୍ଡିଆ’ କରୋନା ଭାକସିନ୍‌ର ବଢୁଛି ଚାହିଦା, ଭାରତକୁ ସାହାଯ୍ୟ ମାଗିଲେ ୯ ଦେଶ

11/01/2021 at 10:02 AM

ନୂଆଦିଲ୍ଲୀ,୧୧/ ୦୧:  କରୋନା ମାହାମାରୀ ମଧ୍ୟରେ ସାରା ବିଶ୍ୱ ଭାକସିନକୁ ଅପେକ୍ଷା କରିଛି । କରୋନା ଭାକସିନକୁ ନେଇ ଅନେକ ଦେଶ ଏବେ ଭାରତକୁ ସହାୟତା ମାଗିଛନ୍ତି । ଭାରତ ଭାକସିନର ଉତ୍ପାଦନ ଓ ରପ୍ତାନୀ ପାଇଁ ପ୍ରସ୍ତୁତ ଅଛି । ବ୍ରାଜିଲ, ମରକ୍କୋ, ସାଉଦି ଆରବ, ମିଆଁମାର, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶ ଭାରତଠୁ ଭାକସିନ୍ ଆମଦାନୀ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ସୂତ୍ରାନୁସାରେ, କରୋନା ଭାକସିନ ବିତରଣରେ ଭାରତ ସରକାର ବାଂଲାଦେଶ, ଭୁଟାନ, ନେପାଳ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଭଳି ପଡୋଶୀ ଦେଶକୁ ଡୋଜ୍ ଦେବେ । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବଙ୍କ କହିବାନୁସାରେ, କୋଭିଡ-୧୯ ମାହାମାରୀ ବିରୋଧରେ ଲଢେଇ ଜାରି ରହିଛି । ଭାରତ ଏହି ପ୍ରକ୍ରିୟାରେ ବହୁତ ଆଗରେ ରହିଛି । ଏହାକୁ ଦେଶ ନିଜର କର୍ତ୍ତବ୍ୟ ଭାବେ ପାଳନ କରିବ ।

ଅନେକ ଦେଶ ଭାରତକୁ ଅନୁରୋଧ କରିଛନ୍ତି ଯେ, ଗଭର୍ଣ୍ଣମେଣ୍ଟ ୨ ଗଭର୍ଣ୍ଣମେଣ୍ଟ ଆଧାରରେ ସିଧା ଭାକସିନ୍ ଡେଭଲପର୍ସଙ୍କୁ ନିର୍ଦ୍ଦେଶ ଦିଆଯାଉ । ଯେଉଁମାନେ ଭାରତରେ ଭାକସିନ୍ ତିଆରି କରୁଛନ୍ତି ।  ଖବର ଅନୁସାରେ, ନେପାଳ ଭାରତଠୁ ୧୨ ମିଲିୟନ କରୋନା ଭାକସିନ୍ ଡୋଜ୍ ଦାବି କରିଛି । ଭୁଟାନ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆଠୁ ୧ ମିଲିୟନ ଡୋଜ୍ ମାଗିଛି । ସେହିପରି ମିଆମାଁର ଏକ ବୁଝାବଣାରେ ସ୍ୱାକ୍ଷର କରିସାରିଛି । ସେହିପରି ବାଂଲାଦେଶ କୋଭିସିଲ୍ଡର ୩୦ ମିଲିୟନ ଡୋଜ୍ ଦେବାକୁ ଭାରତକୁ ଅନୁରୋଧ କରିଛି ।

ସୂଚନାଯୋଗ୍ୟ, କେବଳ ଏସିଆ ମହାଦେଶର ଦେଶ ନୁହେଁ ଅନ୍ୟ ଦେଶ ମଧ୍ୟ ଭାକସିନ୍ ପାଇଁ ଭାରତ ସହ ସମ୍ପର୍କ ପ୍ରତିଷ୍ଠା କରିଛନ୍ତି ।

   Related Posts