Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା: ‘ସାମାଜିକ ଦୂରତ୍ବ’ ନା ‘ଶାରିରୀକ ଦୂରତ୍ବ’, ରାଜ୍ୟସଭାରେ ଉଠିଲା ଏହି ପ୍ରସଙ୍ଗ

15/09/2020 at 3:04 PM

ନୂଆଦିଲ୍ଲୀ ୧୫/୦୯: ରାଜ୍ୟସଭାରେ ଆଜି ତୃଣମଳୂଳ କଂଗ୍ରେସର ଜଣେ ସଦସ୍ୟ କୋଭିଡ-୧୯ ମହାମାରୀରେ ଉପଯୋଗ କରାଯାଉଥିବା ‘ସୋସାଲ ଡିସଟାନସିଂ’ ବା ସାମାଜିକ ଦୂରତ୍ବକୁ ପ୍ରତିକୂଳ ଦର୍ଶାଇ ଏହାର ସ୍ଥାନରେ ‘ଶାରିରୀକ ଦୂରତ୍ବ’ ବ୍ୟବହାର କରିବା ଦରକାର କହିଛନ୍ତି। ତେବେ ଭେଙ୍କୟା ନାଇଡୁ ଏହାକୁ ଏକ ଗୁରୁତ୍ବପୂଣ୍ର୍ଣ ପରାମର୍ଶ ବୋଲି ଦର୍ଶାଇଛନ୍ତି। ଏହାକୁ ଆଧାର କରି ନାଇଡୁ କହିଛନ୍ତି ଏହାକୁ ‘ସୁରକ୍ଷତି ଦୂରତ୍ବ’ କହିବା ବି ଭଲ ହେବ।

ତୃଣମୂଳ କଂଗ୍ରେସର ଡାକ୍ତର ଶାନ୍ତନୁ ସେନ ଏହି ପ୍ରସଙ୍ଗ ଉଠାଇ ଥିଲେ। ସେ କହନ୍ତି ସାମାଜିକ ଦୂରତ୍ବ କହିବା ଏକପ୍ରକାର ସାମାଜିକ କଳଙ୍କକୁ ଦର୍ଶାଇବା ଭଳି ଅନୁଭବ ହୁଏ। ଏହାର ଆହୁରି ବି ପ୍ରତିକୂଳ ମୂଲ୍ୟ ରହିଛି ଯେମିତିକି ସାମାଜିକ ବହିଷ୍କାର ବା ଅଲଗା କରିଦିଆଯିବା।

ସେନ୍ କହିଛନ୍ତି କୋଭିଡ୍ ୧୯ କେ​​‌ତେ ପର୍ଯ୍ୟନ୍ତ ରହିବ କହି ହେବ ନାହିଁ। ସେଥିପାଇଁ ସାମାଜିକ ଦୂରତ୍ବ ଶବ୍ଦକୁ ଆଦୌ ବ୍ୟବହାର କରିବା କଥା ନୁହେଁ। ତେବେ ଏହି ପ୍ରସ୍ତାବକୁ ନାଇଡୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ସେଥିପାଇଁ ସେ ବି ସାମାଜିକ ଦୂରତ୍ବ ବଦଳରେ ସୁରକ୍ଷିତ ଦୂରତ୍ବକୁ କୁହାଯିବା କହିଛନ୍ତି।

   Related Posts