Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୌଦ୍ଧ ବିହାରର ପୁନରୁଦ୍ଧାର ଓ ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

8/11/2020 at 9:51 PM

ଭଦ୍ରକ,୦୮।୧୧: ଇତିହାସ ପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିରାଜି ମଣ୍ଡିତ ବୌଦ୍ଧ ବିହାରର ପୁନଉଦ୍ଧାର ପାଇଁ ଦାବିପତ୍ର ।  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ  ଷୋଳମପୁରରେ ଅବସ୍ଥିତ ବୌଦ୍ଧ ବିହାରର ପୁନରୁଦ୍ଧାର ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ସମସ୍ତ ବୌଦ୍ଧ କୀର୍ତ୍ତିରାଜିର ସର୍ବେକ୍ଷଣ ଓ ବିକାଶ ନିମନ୍ତେ ସାହିତ୍ୟକ ତଥା ଗବେଷକ ବିଶ୍ୱମ୍ବର ରାଉତଙ୍କ ତତ୍ତ୍ୱାବଧାନରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହାସହ ପର୍ଯ୍ୟଟନ ମନ୍ତ୍ରୀଙ୍କ ବାଲେଶ୍ଵର ସିମୁଳିଆ ସ୍ଥିତ ବାସ ଭବନରେ ଏକ ସ୍ମାରକୀ ପତ୍ର ପ୍ରଦାନ କରାଯାଇଛି। ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଖୁବ୍ ଶୀଘ୍ର ଉକ୍ତ ପୀଠକୁ ପରିଦର୍ଶନ କରିବା ସହିତ ଏହାର ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ସହିତ ଦୃଢେ଼ାକ୍ତି ପ୍ରଦାନ କରିଛନ୍ତି ।

   Related Posts