Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବର୍ଷା ହେଲେ ମହାନଦୀ ଉଛୁଳେ ଆଉ ପାଣି ସବୁ ଯାଏ ସମୁଦ୍ରକୁ, ଆଉ ବର୍ଷା ନହେଲେ ପଡେ ହା ହାକାର…ତଥାପି…

6/09/2019 at 4:18 PM

ସମ୍ବଲପୁର୬|୯; ବର୍ଷା ହେଲେ ମହାନଦୀରେ ପାଣି ଆସେ । ହୀରାକୁଦ ପାଣି ଛାଡ଼ିଲେ ଫୁଲି ଉଠେ ମହାନଦୀ । ହେଲେ ବର୍ଷା ଛାଡ଼ିଯିବା ପରେ ସମୁଦ୍ରକୁ ବୋହି ଯାଏ ସବୁ ପାଣି । ତା’ପରେ ମହାନଦୀ ଯୋଉ ଶୁଖିଲାକୁ ସେଇ ଶୁଖିଲା । ନଦୀ କୂଳରେ ଥିବା ୮ଟି ଜିଲାର ଲୋକେ ବର୍ଷ ତମାମ୍‌ ଜଳକଷ୍ଟ ଭୋଗନ୍ତି । ବାରମ୍ବାର ମରୁଡ଼ି ପରିସ୍ଥିତି ବି ସୃଷ୍ଟି ହୁଏ ।  ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ବି ଜଳ ସଂରକ୍ଷଣ ନେଇ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସମ୍ବଲପୁରେ ତେଜୁଛି ଅସନ୍ତୋଷ ।ମହାନଦୀରେ ବ୍ୟାରେଜ୍‌ ନିର୍ମାଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲେଣି ଲୋକେ ।….

ଏବେ ଧୁମ୍‌ ବର୍ଷା ହେଉଛି । ଉଚ୍ଛୁଳା ମହାନଦୀକୁ ଦେଖିଲେ ଭାରି ଖୁସି ଲାଗୁଛି । ହେଲେ ମନ ଭିତରେ ଦୁଃଖ ବି ରହିଛି । ଏଇଥି ପାଇଁ ଯେ, ମହାନଦୀର ଏଭଳି ଚିତ୍ର ବେଶୀ ଦିନ ରହିବନି । ବର୍ଷା କମିଗଲେ ହୀରାକୁଦ ତା’ର ଗେଟ୍‌ ବନ୍ଦ କରିଦେବ । ଆଉ କିଛି ଦିନ ଭିତରେ ଉବୁଟୁବୁ ହେଉଥିବା ମହାନଦୀର ଜଳ ସମୁଦ୍ରକୁ ବୋହିଯିବ ।

ତା’ପରେ  ଯଥା ପୂର୍ବଂ ତଥା ପରଂ । ମାନେ ପୁଣି ଶୁଖିଲା ପଡ଼ିବ ମହାନଦୀ । ପ୍ରତିବର୍ଷ ଭଳି ନଦୀ କୂଳିଆ ଜିଲ୍ଲାବାସୀ ଜଳକଷ୍ଟ ଭୋଗିବେ । ଗରା ମାଠିଆ ଧରି ଆନ୍ଦୋଳନକୁ ଓହ୍ଲାଇବେ । ୟା’କୁ ନେଇ ଖୁବ୍‌ ରାଜନୀତି ବି ଚାଲିବ । ହେଲେ ପରିସ୍ଥିତିରେ କିଛି ବି ସୁଧାର ଆସିବ ନାହିଁ । କାହିଁକି ନା ମହାନଦୀର ଜଳ ସଂରକ୍ଷଣ ନେଇ କୌଣସି ଯୋଜନା ନାହିଁ ।

ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ବି ଜଳ ସଂରକ୍ଷଣ ନେଇ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସମ୍ବଲପୁରେ ତେଜୁଛି ଅସନ୍ତୋଷ ।ମହାନଦୀରେ ବ୍ୟାରେଜ୍‌ ନିର୍ମାଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲେଣି ଲୋକେ ।

ସମ୍ବଲପୁର ସହରର ଜନସଂଖ୍ୟା ୫କୋଟି ଟପିଲାଣି । ଏମିତିରେ ପାଣିର ଆବଶ୍ୟକତା ମଧ୍ୟ ବଢ଼ୁଛି । ହେଲେ ଆବଶ୍ୟକତାକୁ ଦେଖି ଯୋଜନା କାର୍ଯ୍ୟକାରୀ କରାଯାଉନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଛି । ପ୍ରଶ୍ନ ଉଠିବା ଦେଖି ସଫେଇ ଦେବାକୁ ସାମ୍ନାକୁ ଆସିଛନ୍ତି ନେତା । କିଏ ଅନ୍ୟ ଉପରେ ଦୋଷ ଲଦୁଛନ୍ତି ତ ଆଉ କିଏ ଯୋଜନା ପାଇଁ ଯୋଜନାର ଭରସା ଦେବାକୁ ଭରପୁର ଉଦ୍ୟମ କରୁଛନ୍ତି ।

ବର୍ଷ ବର୍ଷ ଧରି କେବଳ ଯୋଜନା କଥା ଶୁଣୁଛନ୍ତି ଲୋକେ । ହେଲେ ଏସବୁ ଯୋଜନା କେବେ ବାସ୍ତବ ରୂପ ନେବ, କେବେ ଲୋକଙ୍କୁ ଆଉ ପାଣି ମୁନ୍ଦେ ପାଇଁ ଆଉ ଗରା ମାଠିଆ ଧରି ରାସ୍ତାରେ ଠିଆ ହେବାକୁ ପଡ଼ିବ ନାହିଁ,  ଜଳ ସେଚନ ଅଭାବରୁ ଚାଷୀକୁ ମରୁଡ଼ିର ମାଡ଼ ସହିବାକୁ ପଡ଼ିବ ନାହିଁ, କେବେ ବର୍ଷ ସାରା ମହାନଦୀର ପାଣି ପାଇବେ ଲୋକେ,  ସେକଥାର ଉତ୍ତର କିନ୍ତୁ କାହା ପାଖରେ ନାହିଁ । ଛତିଶଗଡ଼ ୪ଶହ ବ୍ୟାରେଜ୍‌ କରିଦେଲା, ହେଲେ ଆମେ ୪ଟା ବ୍ୟାରେଜ୍‌ ବି କରିପାରିଲେନି, ତାହାହିଁ ବିଡ଼ମ୍ବନା ।

   Related Posts