ଜୋର ଧରିଲା ଦିଲ୍ଲୀରେ ବୋର୍ଡ ପରୀକ୍ଷା ବାତିଲ ଦାବି, ପ୍ରସଙ୍ଗରେ CBSE ଏବେବି ନିରବ

Published By : Prameya-News7 Bureau | April 13, 2021 IST

ନୂଆଦିଲ୍ଲୀ ୧୩।୪: ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିପରେ ମଙ୍ଗଳବାର ଆଗାମୀ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ଲାଗି ଦାବି ଜୋରଧରିଛି।  ତେବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନଥିବା କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କେନ୍ଦ୍ର ସରକାରଙ୍କୁ ଚଳିତବର୍ଷ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିବେଦନ କରିଛନ୍ତି। ହୁଏତ ପରିସ୍ଥିତିରେ ବୋର୍ଡ ପରୀକ୍ଷା କେନ୍ଦ୍ର ସୁପରସ୍ପ୍ରେଡର ହୋଇପାରେ ଏଣୁ ମୂଲ୍ୟାୟନର ଅନ୍ୟ ଉପାୟ ଅବଲମ୍ବନ କରିବାକୁ ନିବେଦନରେ ଜଣାଇଛନ୍ତି।

ତେବେ ସିବିଏସଇ ଅଧିକାରୀମାନେ ଯୋଜନାରେ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇ ନଥିବା କହିଛନ୍ତି। ମେ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ଲାଗି ୫୦ ପ୍ରତିଶତ ଛାତ୍ରଛାତ୍ରୀରେ ସର୍ବାଧିକ ସାମାଜିକ ଦୂରତା ରଖି ପରୀକ୍ଷା କରାଇବାକୁ ଯୋଜନା ହାତକୁ ନେଇଥିବା କହିଛନ୍ତି।  ତେବେ ପରୀକ୍ଷା ଆଦୌ ବାତିଲ କରାଯାଇ ପାରିବ ନାହିଁ ବୋଲି ସଫାସଫା କହିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଓ ଏହାକୁ ଅନଲାଇନରେ କରାଯାଇ ପାରିବନି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

{"id":438074,"width":839,"height":572,"sizeSlug":"large","linkDestination":"none"}

ତେବେ ପରୀକ୍ଷା ଲାଗି ବୋର୍ଡ କୋଭିଡ-୧୯ ଗାଇଡଲାଇନ ଅନୁସାରେ ସମସ୍ତ ଆଶୁ ପଦକ୍ଷେପ ନେଉଥିବା ବେଳେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଥିବା ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ସୂତ୍ରରୁ ଆସୁଥିବା ସୂଚନା ଅନୁସାରେ ଯଦି ପରିସ୍ଥିତି ଅତ୍ୟାଧିକ ଗୁରୁତର ହୁଏ ତେବେ ହୁଏତ କର୍ତ୍ତୃପକ୍ଷ ପରୀକ୍ଷା ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ତେବେ ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ହେଲେ ଏହା ପୂର୍ବରୁ ସିବିଏସଇ ଚାଲିଥିବା ପ୍ରାକ୍ଟିକାଲ ପରୀକ୍ଷାରେ ଯଦି ଛାତ୍ର ନିଜେ ଅଥବା ତାଙ୍କ ପରିବାରର କେହି ସଦସ୍ୟ ପରୀକ୍ଷଣରେ ପଜିଟିଭ ଚିହ୍ନଟ ଯୋଗୁ ଯୋଗ ଦେଇ ନପାରୁଛନ୍ତି ତେବେ ତାଙ୍କ ଲାଗି ସ୍କୁଲ ସଠିକ ସମୟରେ ପୁନଃ ପରୀକ୍ଷା କରାଇବେ ବୋଲି ଘୋଷଣା କରିଥିଲେ।

କିନ୍ତୁ ଥିଓରୀ ପରୀକ୍ଷାରେ ମଧ୍ୟ ବୌର୍ଡ ସେପରି କୋହଳ କରିବେ କି ନା ସେ ନେଇ ସିବିଏସଇ ଅଧିକାରୀକ ଭାବେ କିଛି କହିନାହିଁ। ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପରିସ୍ଥିତିରେ ପରୀକ୍ଷା କରାଗଲେ ଭୂତାଣୁର ଭୀଷଣ ସଂକ୍ରମଣ ହେବ ବୋଲି ସତର୍କ କରିଛନ୍ତି। ରାଜଧାନୀ ଦିଲ୍ଲୀରେ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଚଳିତବର୍ଷ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ବେଳେ ପରୀକ୍ଷା ପରିଚାଳନା ଲାଗି ୧ ଲକ୍ଷ ଶିକ୍ଷକ ନିଯୁକ୍ତ ହେବେ। ଏଣୁ ଏଥିରେ ପରୀକ୍ଷା କେନ୍ଦ୍ର କରୋନା ହଟ୍ ସ୍ପଟ୍‌ ନ ହେବା ତାହା କହିହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିବା ସହ ପରୀକ୍ଷା ବାତିଲ ଲାଗି ସିବିଏସଇଙ୍କୁ ଅନୁରୋଧ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.