ତାଲିବାନକୁ ସହଯୋଗ ଲାଗି ପାକିସ୍ତାନ ବିରୋଧରେ ଆମେରିକୀୟ ସାଂସଦଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି,ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | September 09, 2021 IST

ୱାସିଂଟନ : ଆଫଗାନିସ୍ତାନ ପଞ୍ଜଶିରରେ ତାଲିବାନ ଲାଗି ପାକିସ୍ତାନର ବିମାନ ଆକ୍ରମଣ ଘଟଣା ନୂଆ ମୋଡ଼ ନେଇଛି। ତାଲିବାନକୁ ସମର୍ଥନ କରୁଥିବାରୁ ପାକିସ୍ତାନ ବିରୋଧରେ ଏବେ ଆମେରିକାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଆମେରିକୀୟ ସିନେଟର ଏଡମ  ପଞ୍ଜଶିର ଆକ୍ରମଣ ଘଟଣାର ତଦନ୍ତ ଦାବି କରିଛନ୍ତି। ଯଦି  ଅଭିଯୋଗ ପ୍ରମାଣିତ ହୁଏ ପାକିସ୍ତାନକୁ ବ୍ୟାନ କରାଯାଉ ଓ ଦିଆଯାଉଥିବା ସମସ୍ତ ପ୍ରକାର ସହଯୋଗ ବନ୍ଦ କରାଯାଉ ବୋଲି କହିଛନ୍ତି। 

{"id":508842,"sizeSlug":"full","linkDestination":"none"}

ଏଡମ କହିଛନ୍ତି ଯେ ତାଲିବାକୁନେଇ ପାକିସ୍ତାନ ଦୀର୍ଘ ଦଶକରୁ ସାରା ବିଶ୍ୱକୁ ଭୁଆଁ ବୁଲେଇ ଆସୁଛି। ଆତଙ୍କବାo ପ୍ରସଙ୍ଗରେ ମଧ୍ୟ ମିଛ କହୁଛି। ଆମେରିକା ଫକ୍ସ ନ୍ୟୁଜ ଚାନେଲ ପଞ୍ଜଶିରରେ ପାକିସ୍ତାନର ସ୍ପେଶାଲ ଫୋର୍ସ ଓ ସେମାନଙ୍କ ହେଲିକପ୍ଟର,ଡ୍ରୋନ ଆକ୍ରମଣ କରୁଥିବାର ପ୍ରଦର୍ଶିତ କରିଛି। ଏଥିରୁ ଆଫଗାନିସ୍ତାନରେ ତାଲିବାନକୁ ପାକିସ୍ତାନ ସହଯୋଗ କରୁଥିବା ପ୍ରମାଣିତ ହେଉଥିବା ଏଡମ କହିଛନ୍ତି।

{"id":508843,"width":839,"height":705,"sizeSlug":"full","linkDestination":"none"}

ଆଗକୁ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀର ଅଧ୍ୟକ୍ଷତା କରିବେ। ଏଥିରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା ଓ ବ୍ରାଜିଲ ରାଷ୍ଟ୍ରପତି ପ୍ରମୁଖ ଯୋଗ ଦେବେ। କରୋନା ଭାଇରସ ମହାମାରୀ ଲାଗି ଏହି ସମ୍ମିଳନୀ ଭର୍ଚୁଆଲୀ ହେବାକୁ ଥିବା ବେଳେ ଏଥିରେ ଆଫଗାନିସ୍ତାନ ମଧ୍ୟ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.