ଘରୋଇ ଏୟାରଲାଇନ୍ସଙ୍କୁ ଆଶ୍ୱସ୍ତ କରିଛି ବିମାନ ଯାତ୍ରା ଲାଗି ଲୋକଙ୍କ ଆଗ୍ରହ, ଭରଣା ହୋଇପାରିବ ୨ ମାସର କ୍ଷତି

Published By : Prameya-News7 Bureau | June 11, 2020 IST

ନୂଆଦିଲ୍ଲୀ ୧୧।୬:  କରୋନା ଲକଡାଉନ୍‌ ଯୋଗୁ ଦୀର୍ଘ ୨ ମାସ କାଳ ବିମାନ ଚଳାଚଳ ବନ୍ଦ ଥିଲା। ତେବେ ଲକଡାଉନ୍ ୪.୦ର ଶେଷ ପର୍ଯ୍ୟାୟ ବେଳକୁ ଏଥିରେ ସରକାର କୋହଳ କରିଛନ୍ତି। ଦେଶ ଭିତରେ ବିମାନ ଚଳାଚଳକୁ ଅନୁମତି ମିଳିଥିବା ବେଳେ ଏୟାରଲାଇନ୍ସମାନେ ସେମାନଙ୍କ କ୍ଷମତା ପାଖାପାଖି ଏବେ ଯାତ୍ରୀ ପରିବହନ କରୁଛନ୍ତି। ତେବେ ୨ ମାସ ବନ୍ଦ ପଡିବା ପରେ କରୋନାକୁ ନେଇ ଲୋକଙ୍କ ଭୟକୁ ନେଇ ପ୍ରଥମେ ବିମାନ କମ୍ପାନୀମାନେ ଥତମତ ଥିବାର ଏବେ ଜଣାପଡିଛି।

{"id":284807,"width":581,"height":435,"sizeSlug":"large"}

କରୋନାରେ ଲୋକେ ବିମାନ ଯାତ୍ରା କରିବେ କି ନା ଏପରି ଦ୍ୱନ୍ଦ୍ୱରେ ବିମାନ କମ୍ପାନୀମାନେ ସେବା ଆରମ୍ଭ କରିଥିଲେ। ଏବେ ସେମାନେ ଓଭର ବୁକିଂର ସମ୍ମୁଖୀନ ହେଉଥିବା ସ୍ୱୀକାର କରିଛନ୍ତି। ତେବେ ଲୋକଙ୍କ ଅସିମିତ ଆଗ୍ରହ ହିଁ ସେମାନଙ୍କୁ ସେବା ଯୋଗାଇଦେବାକୁ ପ୍ରେରିତ କରିଥିବା ଦେଶର ଦ୍ୱିତୀୟ ବୃହତ୍ତମ ବିମାନ କମ୍ପାନୀ ଇଣ୍ଡିଗୋ କହିଛି। କେବଳ ଇଣ୍ଡିଗୋ ନୁହେଁ ଜୁନ ୧ରୁ ସେବା ଆରମ୍ଭ କରିଥିବା ଗୋ ଏୟାର ଗନ୍ତବ୍ୟରେ ଶତ ପ୍ରତିଶତ ଯାତ୍ରୀ ପାଉଥିବା କହିଛି।

{"id":284808,"sizeSlug":"large"}

ଇଣ୍ଡିଗୋର ପ୍ରାୟ ମେଟ୍ରୋ ବୁକିଂ ଏବେ ଫୁଲ ରହୁଛି। ପାଟନା, ଭୁବନେଶ୍ୱର, ରାଞ୍ଚୀ ଓ କୋଚ୍ଚିନ ରାସ୍ତାରେ ବିମାନ ଲାଗି ଏବେ ଯାତ୍ରୀଙ୍କ ଅଭାବ ନଥିବା କର୍ମଚାରୀ କହିଛନ୍ତି। ଏଥିରେ କେତେକ ସେକ୍ଟର ଓଭର ବୁକିଂ ମଧ୍ୟ ହେଉଥିବାର ଜଣାପଡିଛି। ଯଦିଓ ଲୋକଙ୍କ ମନରେ କରୋନା ସଂକ୍ରମଣ ଲାଗି ଭୟ ରହୁଛି ତଥାପି ଭୂତାଣୁ ସହ ବଞ୍ଚିବା ଲାଗି ଲୋକେ ଧିରେ ଧିରେ ନିଜକୁ ଅଭ୍ୟସ୍ତ କରୁଥିବା କର୍ତ୍ତୃପକ୍ଷ କହିଛନ୍ତି। ତେବେ ସେବା ଆରମ୍ଭ ପରେ ଉଦ୍ୟୋଗରେ ଆସିଥିବା ପରିବର୍ତ୍ତନ ଏୟାର ଲାଇନ୍ସମାନଙ୍କର ୨ ମାସ ବନ୍ଦ ପଡିବାର କ୍ଷତିକୁ ଏବେ ଭରଣା କରିପାରିବ ବୋଲି ଜନୈକ ବିମାନ କମ୍ପାନୀ ଏକଜ୍ୟୁକିଟଭ ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.