ତହସିଲଦାରଙ୍କ ଗିରଫ ଦାବିରେ ଥାନା ଘେରାଉ: ବିନା ଦୋଷରେ ଗ୍ରାମବାସୀଙ୍କୁ ମାଡ ଅଭିଯୋଗ

Published By : Prameya-News7 Bureau | August 27, 2020 IST

ଗଞ୍ଜାମ୨୭/୮: ଥାନାକୁ ପୁଣି ଘେରିଲେ ଲୋକେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନାକୁ ଲୋକେ ଘେରିଛନ୍ତି। ଅନ୍ତିରିଗାଁର ଗ୍ରାମବାସୀ ଥାନା ଘେରାଉ କରିଛନ୍ତି। ଅନ୍ୟପଟେ ପୁରୁଷୋତ୍ତମପୁର ତହସିଲଦାରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି। ବିନା କାରଣରେ ତହସିଲଦାର ଗ୍ରାମବାସୀଙ୍କୁ ମାଡି ମାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତହସିଲଦାରଙ୍କ ଗିରଫ ଦାବିରେ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି।

ସେହିଭଳି କିଛି ଦିନ ତଳେ ବେଆଇନ ବାଲି ଚାଲାଣକୁ କେନ୍ଦ୍ର କରି ଗ୍ରାମବାସୀ ଗାଡି ପୋଡି ଘଟଣାରେ ପୋଲିସ ପାଞ୍ଚଜଣଙ୍କୁ ଅଟକ ରଖିଥିବା ପ୍ରତିବାଦରେ ଶତାଧିକ ଲୋକ ଧାରଣାରେ ବସିଥିଲେ। ପରବର୍ତ୍ତୀ ସମୟରେ ପୁଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.