Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫାଶୀପାଇଁ ଦାବି- ପୁରୀ ଗଣ ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ପୁଲିସ କର୍ମଚାରୀକୁ ଫାଶୀ ଦେବାକୁ ଦାବି

3/12/2019 at 4:19 PM

ପୁରୀ୦୩।୧୨- ପୁରୀ ଝାଡ଼େଶ୍ୱରୀ ମନ୍ଦିର ନିକଟ ପୋଲିସ କଲୋନୀ ପୋଲିସ କ୍ୱାର୍ଟରରେ ଅସ୍ତରଙ୍ଗ ଅଂଚଳର ନାବଳିକାକୁ ଗଣଦୁଷ୍କର୍ମ ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣୀ ହେବ ବୋଲି କେନ୍ଦ୍ରାଞ୍ଚଳ ଡ଼ିଆଇଜି କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ଦାବିରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି।  

ନାବିଳକା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବହିଷ୍କୃତ ପୋଲିସ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ ସହ ତା ସହଯୋଗୀ ରାଜା ଓରଫ ରାଜେଶ କୁମାର ସେଠୀକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏସପିଙ୍କ ନେତୃତ୍ୱରେ ୪ ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ଼ ସହ ଡ଼ାକ୍ତରୀ ମାଇନା କରାଯାଇଛି। ଏହି ଘଟଣାର ଯାଞ୍ଚ ପାଇଁ ସାଇଣ୍ଟିଫିକ୍ ଟିମ୍ ଲାଗିଛନ୍ତି। ପୀଡ଼ିତାଙ୍କ ମାନସିକ ଅବସ୍ଥା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କାଉନସେଲିଂ କରିଛନ୍ତି। ଉଭୟ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦିଆଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯିବ। ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ଫାଷ୍ଟ ଟ୍ରାକ୍ କୋର୍ଟରେ ଟ୍ରାଏଲ୍ ହେବ।

ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର ପିପି ନିଯୁକ୍ତି କରାଯିବ। ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ କନଷ୍ଟେବଳ ପୋଲିସ ପରିଚୟ ପତ୍ର ବ୍ୟବହାର କରିଥିବାରୁ ଆଇପିସିର ୪୨୦ ଧାରାରେ ଆଉ ଏକ ମାମଲା ରୁଜୁ କରାଯିବ। ଗଣଦୁଷ୍କର୍ମ ଘଟଣାରେ କୁମ୍ଭାରପଡ଼ା ଥାନାରେ ୩୦୮|୧୯ ରେ ଆଇପିସିର ଧାରା ୩୬୩, ୩୭୬ (DA), ୩୯୪, ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଅନ୍ୟପଟରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ୨୦ ଦିନ ପୂର୍ବରୁ ଚାର୍ଜସିଟ୍ ଦାଖଲ ଓ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ତ ଦାବୀରେ ଜିଲ୍ଲା ମହିଳା ଓ ଯୁବ କଂଗ୍ରେସ, ଜିଲ୍ଲା ମହିଳା ବିଜେପି ମୋର୍ଚ୍ଚା, ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଘେରାଉ ସହ ପ୍ରତିବାଦ କରାଯାଇଛି।

   Related Posts