ପୁଣି ଜୋର ଧରିଲା ସରକାରୀ ମେଡିକାଲ ପ୍ରତିଷ୍ଠା ଦାବି, ସଂଗ୍ରାମୀ ସେନା ତରଫରୁ ଦସ୍ତଖତ ସଂଗ୍ରହ ଅଭିଯାନ

Published By : Prameya-News7 Bureau | November 27, 2019 IST

ଭଦ୍ରକ ୨୭।୧୧: ପୁଣି ଜୋର ଧରିଲା ସରକାରୀ ମେଡିକାଲ ପ୍ରତିଷ୍ଠା ଦାବି । ଭଦ୍ରକ ଜିଲ୍ଲା ମେଡିକାଲ କଲେଜ ସଂଗ୍ରାମୀ ସେନା ତରଫରୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ପୂର୍ବରୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା । ମେଡିକାଲ କଲେଜ ସଂଗ୍ରାମୀ ସେନା ପୂର୍ବରୁ ନିଜ ଦାବି ନେଇ କେନ୍ଦ୍ରମନ୍ତ୍ରୀ , ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀକୁ ଦାବିପତ୍ର ଦେଇଛି ।

{"id":190671,"sizeSlug":"large"}

ଏବେ ପୁଣି ଲୋକଙ୍କୁ ଭେଟି ଦସ୍ତଖତ ସଂଗ୍ରହ କରି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଗ୍ରାମୀ ସେନା ନିଜର ଦାବି ପାଇଁ ଭିନ୍ନ ଭିନ୍ନ ଉପାୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଦାବି କରିବ । ଆବଶ୍ୟକ ପଡିଲେ ସବିବାଳୟ ଘେରିବା ସହ ଆତ୍ମାହୁତୀ ଦେବା ପାଇଁ ମେଡିକାଲ କଲେଜ ସଂଗ୍ରାମୀ ସେନା ଧମକ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.