Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଦିବ୍ୟାଙ୍ଗ ପ୍ରମିଳାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି

4/10/2019 at 6:23 PM

ନୂଆପଡା ୦୪।୧୦- ବୟସ ମାତ୍ର ୩୨ । କିନ୍ତୁ ହାତ ଗେ।ଡ ଚଳୁନି । ୨ବର୍ଷ ହେଲା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି ନୂଆପଡା ବେ।ଡେନ୍ ବ୍ଲକ ପଲେନବସା ଗାଁର ପ୍ରମିଳା ।ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ଥିବା ବେଳେ ପାଖରେ କାଣି କଉଡି ନାହିଁ । ଫଳରେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ପ୍ରମିଳା ।

ବାହାଘର ପରେ ସବୁ ଠିକଠାକ୍ ଚାଲିଥିଲା । ୩ ପୁଅ ଝିଅଙ୍କୁ ନେଇ ହସିଉଠୁଥିଲା ସଂସାର । କିନ୍ତୁ ଯୁବା ବୟସରେ ହଠାତ୍ ଦିବ୍ୟାଙ୍ଗ ପାଲଟିଗଲେ  ନୂଆପଡା ବେ।ଡେନ୍ ବ୍ଲକ ପଲେନବସା ଗାଁର ପ୍ରମିଳା ରାଉତ ।୫ ବର୍ଷ ତଳେ ପ୍ରମିଳାଙ୍କ ଗେ।ଡ, ହାତ ଦରଜ ହେଲା ।

ଖଡିଆଳ ମିସନ୍ ହସ୍ପିଟାଲ,ନୂଆପଡା ମୂଖ୍ୟ ଚିକିତ୍ସାଳୟ,ଭବାନିପାଟଣା ଓ ବୁର୍ଲ୍ଲା ଭଳି ବଡ ଡାକ୍ତରଖାନାରେ ଦେଖାଇଲେ । ସୁନା, ରୂପା ବିକି ଭାଙ୍ଗି ଚିକିତ୍ସା କରାଇଲେ । ହେଲେ ରେ।ଗ ଭଲ ହେବା ବଦରେ ଓଲଟି ଦିବ୍ୟାଙ୍ଗ ପାଲଟିଗଲେ ପ୍ରମିଳା । ରେ।ଗ ବଢି ବଢି ଏବେ ଯୁବା ବୟସରେ ଅନ୍ୟ ଉପରେ ବେ।ଝ ପାଲଟିଯାଇଛନ୍ତି ପ୍ରମିଳା । ଏପଟେ ମୂଲ ଲାଗୁଥିବା ସ୍ବାମୀ ୫ ପ୍ରାଣୀ କୁଟୁମ୍ବ ଚଳାଇବାରେ ଅକ୍ଷମ । ତେଣୁ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପ୍ରମିଳା ।

ରେ।ଗ ସାଙ୍ଗକୁ ଦାରିଦ୍ର୍ୟରେ ଘାଣ୍ଟି ହେଉଛନ୍ତି ପ୍ରମିଳାଙ୍କ ପରିବାର ।ରହିବାକୁ ଘର ନାହିଁ, ରାସନ କାର୍ଡ କି ଦିବ୍ୟାଙ୍ଗ ଭତ୍ତା ବି ନାହିଁ । ପର ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ବର୍ଷେ ହେଲା ଦିବ୍ୟାଙ୍ଗ ଭତ୍ତା ପାଇଁ ଆବେଦନ କଲେଣି, କିନ୍ତୁ ସାର୍ଟିଫିକେଟ୍ ନଥିବା ଦର୍ଶାଇ ଭତ୍ତା ଦେଉନାହାନ୍ତି ବିଭାଗୀୟ ଅଧିକାରୀ । ତେବେ ନ୍ୟୁଜ୍ ସେଭେନ୍ ହସ୍ତକ୍ଷେପ କରିବା ପରେ ମେଡିକାଲ ବୋର୍ଡରେ ପ୍ରମିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିବେ ବେ।ଲି କହିଛନ୍ତି ଜିଲ୍ଲାପାଳ ।

   Related Posts