Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ମାସ ପରେ ଖୋଲିବ ଭିତରକନିକା, ରାତ୍ରିଯାପନ କରିପାରିବେ ନାହିଁ ପର୍ଯ୍ୟଟକ
  • ||
  • ଆଉ ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ ! ନେଇପାରେ ପାରଳାଖେମୁଣ୍ଡି
  • ||
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ ପାଇଁ ଦାବି: ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

5/08/2020 at 6:57 PM

ସାନଖେମୁଣ୍ଡି୫|୮: ଦିଗପହଣ୍ଡି ବ୍ଳକ ବି ତୁରୁବୁଡି ପଞ୍ଚାୟତ ଜନଜାତି ବହୁଳ ଗୁଡ଼ାରୀ, ମରେଇବାଡି, ଆମ୍ବପୁର,ପିଲିକା ଡିହ ପ୍ରଭୃତି ଗ୍ରାମର ବହୁ ସଂଖ୍ୟକ ଆଦିବାସୀ ପୁରୁଷାନୁକ୍ରମେ ଜଙ୍ଗଲ ଜମିରେ ଚାଷ କରୁଥିଲେ ମଧ୍ୟ ଜଙ୍ଗଲ ଜମି ଅଧିକାର ଆଇନ- ୨୦୦୬  ଅନୁଯାୟୀ  ସେମାନଙ୍କୁ ଜମି ପଟ୍ଟା ମିଳିନାହିଁ। ଗୁଡ଼ାରି ଗ୍ରାମର ରାମ ମଲ୍ଲିକ, ରଞ୍ଜନ ମଲ୍ଲିକ, ଚନ୍ଦ୍ର ମଲ୍ଲିକ,ସୁଶାନ୍ତ ମଲ୍ଲିକ, ପାଣ୍ଡବ ମଲ୍ଲିକ, ଦୂର୍ଯ୍ୟ ମଲ୍ଲିକ, ବନମାଳୀ ମଲ୍ଲିକ, ଶଶୀ ମଲ୍ଲିକ ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ଏ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ଦିଗପହଣ୍ଡି ଜଙ୍ଗଲ ବିଭାଗ କାର୍ଯ୍ୟାଳୟରେ ପହଁଞ୍ଚି ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ଅଶେଷ ନାଥ ମିଶ୍ରଙ୍କ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପରବର୍ତ୍ତୀ ସମୟରେ ରେଞ୍ଜର ପ୍ରମୋଦ କୁମାର ଖଡ଼ଗ ରାୟଙ୍କ ସହ ସବିଶେଷ ଆଲୋଚନା କରିବା ସହ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଗୁଡ଼ାରି ମୌଜାର ଖାତା ନଂ.୮୩ ରେ ଥିବା ଆବାଦ ଯୋଗ୍ୟ ଅନାବାଦୀ, ବଞ୍ଜର ଓ ରକ୍ଷିତ ଜମିକୁ ସେମାନେ ବହୁବ ର୍ଷ ଦଖଲ କରି ଚାଷ କରି ପରିବାର ପ୍ରତି ପୋଷଣ କରି ଆସୁଛନ୍ତି। ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ସେମାନଙ୍କୁ ପଟ୍ଟା ପ୍ରଦାନ ପାଇଁ ସେମାନେ ଦାବୀ କରିଛନ୍ତି।  ଗତ କିଛିଦିନ ପୂର୍ବେ ବନବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ସେମାନଙ୍କୁ ମକଦ୍ଦମାର ଭୟ ଦେଖାଇ ଚାଷ ଜମିରେ ବଳ ପୂର୍ବକ ବିଭିନ୍ନ ବୃକ୍ଷ ଚାରା ରୋପଣ କରୁଥିବା ନେଇ ସେମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି।                           

   Related Posts