Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବରଗଡ: କ୍ୟାନସର ହସ୍ପିଟାଲ ଦାବି, ଆନ୍ଦୋଳନ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି

8/11/2020 at 9:48 PM

ବରଗଡ଼୮/୧୧: କ୍ୟାନସର ହସ୍ପିଟାଲ ଦାବି ନେଇ ଆନ୍ଦୋଳନ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି। ରବିବାର ସ୍ଥାନୀୟ ଗୁଜୁରାତି ମନ୍ଦିର ଠାରେ ୟୁନାଇଟେଡ ଫୋରମ୍ ଫର୍ କ୍ୟାନସର ହସ୍ପିଟାଲ୍ ର ସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଓ ଆବାହକ ପ୍ରଦୀପ ଦେବତାଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା।

୨୨ ଜାନୁଆରୀ ୨୦୧୯ ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫୋରମର ପ୍ରତିନିଧି ମଣ୍ଡଳୀ ଜିଲ୍ଲାର ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅଫିସ ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ। ସେହି ଦିନ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲାକୁ ଏକ ବିଶେଷଜ୍ଞ କମିଟି ପହଞ୍ଚି କ୍ୟାନସର ଉପରେ ଅନୁଧ୍ୟାନ କରିବେ, ଏକ ବିଶେଷଜ୍ଞ ଡ଼ାକ୍ତରୀ ଦଳ ଯାଇ ଏକ କ୍ୟାନସର ନିରାକରଣ ସ୍ବାସ୍ଥ୍ୟ ଶିବିର ଆୟୋଜିତ କରିବେ । ଏହାସହ ଘର ଘର ବୁଲି ଅଙ୍ଗନବାଡ଼ି କର୍ମୀମାନେ ଯାଇ କ୍ୟାନସର ଉପରେ ସର୍ବେକ୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

ୟୁନାଇଟେଡ ଫୋରମ୍ ଫର୍ କ୍ୟାନସର ହସ୍ପିଟାଲ୍ ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ସରକାର ତାଙ୍କର ଡ଼ାକ୍ତରୀ ଦଳ ପ୍ରେରଣ କରିଥିଲେ। ଗତ ଫେବୃୟାରୀ ୨୧ରେ ବରଗଡ଼ ଜିଲ୍ଲାର ଏକ ଜନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବରଗଡ଼ ଠାରେ କ୍ୟାନସର ହସ୍ପିଟାଲ୍ ସ୍ଥାପନ କରିବାକୁ ଘୋଷଣା କରିଥିଲେ।

   Related Posts