Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଓଡ଼ିଶାରେ ଭାଲୁ ଗଣନା ପାଇଁ ଦାବିକଲେ ବନ୍ୟଜନ୍ତୁ ପ୍ରେମୀ

17/01/2020 at 5:05 PM

ବାଲେଶ୍ୱର ୧୭।୦୧-  ବାଲେଶ୍ବର ନୀଳଗିରିରେ ସ୍ବର୍ଣ୍ଣଚୂଡ଼ ପାହାଡ଼ ଭାଲୁଙ୍କ ପାଇଁ ପାଲଟିଛି ଭୂସ୍ବର୍ଗ । ସାରା ଓଡ଼ିଶାରେ କେବଳ ଏହି ଠାରେ ହିଁ ଅଧିକ ସଂଖ୍ୟକ ଭାଲୁ ରହିଥିବାର କୁହାଯାଉଛି । ଏମିତିରେ ବି ଏହି ପ୍ରଜାତିର ଭାଲୁ କେବଳ ଭାରତ, ବାଂଲାଦେଶ, ନେପାଲ, ଶ୍ରୀଲଙ୍କାରେ ଅଛନ୍ତି । ତେଣୁ ଭାଲୁ ଭଳି ଏକ ବନ୍ୟଜନ୍ତୁର ସଂରକ୍ଷରଣ ଆବଶ୍ୟକତାକୁ ଦେଖୁଛନ୍ତି ପ୍ରାଣୀ ବିଜ୍ଞାନୀ । ଆଉ ନୀଳଗିରି ସ୍ବର୍ଣ୍ଣଚୂଡ଼ ପାହାଡ଼ିଆ ଅଂଚଳରେ ଏକ ବିୟର ପ୍ରୋଜେକ୍ଟ କରାଗଲେ ଭାଲୁଙ୍କୁ ସୁରକ୍ଷା ଦିଆଯାଇପାରିବ ବୋଲି ଅନେକ ଅନୁଭବ କରୁଛନ୍ତି । ସେପଟେ ବାଘ, ହାତୀ, କୁମ୍ଭୀର ଭଳି ରାଜ୍ୟରେ ଭାଲୁ ଗଣନା କରାଯିବା ଦରକାର ବୋଲି ଦାବି ଉଠିଲାଣି ।

ଯେଉଁ ଗତିରେ ଭାଲୁ-ମଣିଷ ଲଢ଼େଇ ଆଗକୁ ବଢ଼ୁଛି, ଯେଉଁ ଗତିରେ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ଯାଗାରେ ଭାଲୁମାନେ ମରୁଛନ୍ତି, ଦିନ ଆସିବ ଆମ ରାଜ୍ୟ ପାଇଁ ଭାଲୁ ଏକ ବିରଳ ପ୍ରାଣୀ ହୋଇ ରହିଯିବ । ଆଗକୁ ଯେ, ରାଜ୍ୟରେ ବାଘ ସଂଖ୍ୟା ହ୍ରାସ ଭଳି ଭାଲୁଙ୍କ ସଂଖ୍ୟାରେ ହ୍ରାସ ନହେବ ତାହା ଚିନ୍ତା କରିବା ଅମୂଳକ ନୁହେଁ । ଓ୍ବାଇଲଡ୍‌ ଲାଇଫ୍‌ ପ୍ରୋଟେକ୍ସନ ଆକ୍ଟ ୧୯୭୨ ଅନୁସାରେ ସିଡୁଲ୍‌ ଓ୍ବାନ୍‌ରେ ବାଘ, ଭାଲୁ, ହାତୀ ଭଳି ବନ୍ୟଜନ୍ତୁଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ହେଲେ ରାଜ୍ୟରେ ନିର୍ଦ୍ଧାରିତ ସମୟରେ ବାଘ, ହାତୀଙ୍କ ଗଣନା ତ କରାଯାଉଛି ହେଲେ ଭାଲୁକୁ ଏଥିରୁ ବାଦ୍‌ ଦିଆଯାଇଛି । କାହିଁକି ତା’ର ଉତ୍ତର କାହାପାଖରେ ନାହିଁ । ବିଶେଷଜ୍ଞଙ୍କ କହିବା କଥା ଏନେଇ ୨୦୧୪ରେ ଏକ ଯୋଜନା ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ ।

ନୀଳଗିରି ପାହାଡ଼ ତଳେ ରହିଛି ନୀଳଗିରି ରାଜ ପ୍ରାସାଦ । ଏଠାକାର ରାଜବଂଶର ଦାୟାଦ ପ୍ରକାଶ ମର୍ଦ୍ଦରାଜ ଯିଏ କି ଜଣେ ପ୍ରାଣୀ ବିଜ୍ଞାନୀ ସେ ଏବେ ଭାଲୁଙ୍କ ଉପର ଅଧିକ ଗବେଷଣା କରୁଛନ୍ତି । ତାଙ୍କ ମତରେ ଭାଲୁ ଗଣନା ନିହାତି ଜରୁରୀ । ସେହିଭଳି ଯେମିତି ରାଜ୍ୟରେ ସାତକୋଶିଆରେ ଟାଇଗର ରିଜର୍ଭ, ଚନ୍ଦକାରେ ଏଲିଫ୍ୟାଣ୍ଟ୍‌ ସାଞ୍ଚୁରି ଆଦି ରହିଛି ସେହିଭଳି ଭାଲୁଙ୍କ ସଂରକ୍ଷଣ ପାଇଁ ବ୍ୟବସ୍ଥା ହେବା ଦରକାର । ପ୍ରତିବର୍ଷ ଭାଲୁ ଗଣନା କରାଯାଇ ଏମାନଙ୍କ ସଂଖ୍ୟାରେ ବୃଦ୍ଧି କିମ୍ବା ହ୍ରାସର ଗୋଟେ ବିଦ୍ଧିବଦ୍ଧ ରେକର୍ଡ଼ ରଖାଯିବାର ଆବଶ୍ୟକତାକୁ ଅନେକ ଅନୁଭବ କରୁଛନ୍ତି ।

ବନ୍ୟପ୍ରାଣୀ ବିଶେଷଜ୍ଞ ଓ ବନ ବିଭାଗ ଅଧିକାରୀଙ୍କ ଏଭଳି କଥାକୁ ଦେଖିବା ପରେ ଆମେ ତ କହିବୁ ଓଡ଼ିଶାର ବାଲେଶ୍ବର ନୀଳଗିରିରେ ଥିବା ଏହି କୃଷ୍ଣଚୂଡ଼ ପାହାଡ଼କୁ ଭାଲୁ ଅଭୟାରଣ୍ୟ ଭାବେ ଘୋଷଣା କରାଯାଉ । ଆଉ ଏଠାରେ ରହୁଥିବା ଭାଲୁଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ ସେ ନେଇ ମଧ୍ୟ ସ୍ବତନ୍ତ୍ର  ଯୋଜନା ହେଉ । ଏମିତି କରାଗଲେ ହୁଏତ ଭାଲୁ-ମଣିଷ ଲଢ଼େଇର ଅନ୍ତ ହୋଇପାରିବ ।  ଯଦି କୌଣସି ବନ୍ୟଜନ୍ତୁଙ୍କୁ ମାରିବା, ଘରେ ରଖିବାକୁ ନେଇ ଦୋଷୀଙ୍କ ବିରୋଧରେ ଓ୍ବାଇଲଡ୍‌ ଲାଇଫ୍‌ ପ୍ରୋଟେକ୍ସନ ଆକ୍ଟରେ ମାମଲା ହୋଇପାରୁଛି, ଏଥି ପାଇଁ ଦଣ୍ଡ ଦିଆଯାଇ ପାରୁଛି ତାହେଲେ ଆମରି ସାମ୍ନାରେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଭାଲୁ ମରୁଥିବାର ଦେଖି ଆମେ କେମିତି ଚୁପ୍‌ ବସିପାରିବା ?

   Related Posts