Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଆମେରିକାର ଚେତାବନୀ : ଭ୍ୟାକସିନ ଉପରେ ଭାରି ପଡିପାରେ କୋଭିଡର ଡେଲଟା ଭ୍ୟାରିଆଣ୍ଟ, ଅଧିକ ରିସର୍ଚ୍ଚ ଜରୁରୀ

17/06/2021 at 10:46 PM

ନୂଆଦିଲ୍ଲୀ ୧୭/ ୦୬ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି), ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାଇରସର ଅତ୍ୟଧିକ ସଂକ୍ରାମକ ଡେଲଟା ଭ୍ୟାରିଆଣ୍ଟକୁ ଚିନ୍ତାଜନକ ବୋଲି କରିଛି । ଏକ ବିବୃତ୍ତିରେ ସିଡିସି କହିଛି ଯେ, ‘ଆମେରିକାରେ ଦେଖାଯାଉଥିବା ଭାଇରସ B.1.1.7 (ଆଲଫା), B.1.351 (ବିଟା), P.1 (ଗାମା), B.1.427 (ଏପସିଲନ୍), B.1.429 (ଏପସିଲନ୍) ଏବଂ B.1.617.2 (ଡେଲଟା) ଚିନ୍ତାର ବିଷୟ ପାଲଟିଛି । ଆମେରିକାରେ ଏପର୍ଯ୍ୟନ୍ତ ସେପରି କୌଣସି ଭ୍ୟାରିଆଣ୍ଟ ଦେଖାଯାଇନାହିଁ ଯାହାର କି ପ୍ରଭାବ ଅଧିକ ପରିମାଣର ରହିଛି । କିନ୍ତୁ ଭାରତରେ ଡେଲଟା ଭ୍ୟାରିଆଣ୍ଟର ଯେଉଁ ପ୍ରକାର ଦେଖିବାକୁ ମିଳୁଛି ତାହା ଅତ୍ୟନ୍ତ ଚିନ୍ତାଜନକ ।

ଭାଇରସକୁ ଚିନ୍ତାଜନକ ସେତେବେଳେ କୁହାଯାଏ ଯେତେବେଳେ, ବୈଜ୍ଞାନିକମାନେ କୁହନ୍ତି ଯେ ଏହି ଭାଇରସ ଅଧିକ ସଂକ୍ରାମକ ଏବଂ ରୋଗୀଙ୍କୁ ଅତି ଗୁରୁତର କରିଦେଇନାରେ । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି କୋଭିଡ ଯାଞ୍ଚ, ଚିକିତ୍ସା ଏବଂ ଟିକାକରଣ ମଧ୍ୟ ଡେଲଟା ଭ୍ୟାରିଆଣ୍ଟ ବିରୁଦ୍ଧରେ ପ୍ରଭାବି ହୋଇନପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଡେଲଟା ଭ୍ୟାରିଆଣ୍ଟକୁ ନେଇ ଅଧିକ ଗବେଷଣା ଆବଶ୍ୟକ ବୋଲି ଏହା ପୂର୍ବରୁ ସିଡିସି ମତ ଦେଇଥିଲା ।

ଏହା ପୂର୍ବରୁ ମେ ୧୦ ତାରିଖରେ ଡେଲଟା ଭ୍ୟାରିଆଣ୍ଟକୁ ଚିନ୍ତାଜନକ ବୋଲି କହିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ରିପୋର୍ଟ ଅନୁଯାୟୀ ଜୁନ ୫ ତାରିଖ ଯାଏଁ ଆମେରିକାରେ ସଂକ୍ରମଣ ମାମଲା ୯.୯ ପ୍ରତିଶତ ରହିବାର କାରଣ ହେଉଛି କୋଭିଡର ଏହି ଡେଲଟା ଭ୍ୟାରିଆଣ୍ଟ । ଭାଇରସର ବିଭିନ୍ନ ପ୍ରକାର ଉପରେ ନଜର ରଖୁଥିବା ଏକ ୱେବସାଇଟ୍ ‘Outbreak.info’ ଅନୁଯାୟୀ, ଜୁନ୍ ୧୩ ସୁଦ୍ଧା ଡେଲଟା ଭାରିଆଣ୍ଟର ମାମଲା ୧୦.୩ ପ୍ରତିଶତକୁ ବୃଦ୍ଧି ପାଇଛି । ସିଏନ୍ଏନ୍ ଚେତାବନୀ ଦେଇଛି ଯେ ଏକ ମାସ ମଧ୍ୟରେ ଡେଲଟା ଭ୍ୟାରିଆଣ୍ଟ ଆମେରିକାର ଆହୁରି ଭୟଙ୍କର ହୋଇପାରେ । ତେଣୁ ଏହି ଡେଲଟା ଭ୍ୟାରିଆଣ୍ଟକୁ ନେଇ ଅଧିକ ରିସର୍ଚ୍ଚ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି । 

ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ତାଙ୍କର ମୁଖ୍ୟ ପରାମର୍ଶଦାତା ଡକ୍ଟର ଆନ୍ଥୋନୀ ଚେତାବନୀ ଦେଇଛନ୍ତି ଯେ ନୋଭେଲ କରୋନା ଭାଇରସର ଡେଲଟା ସ୍ବରୂପ ଅତ୍ୟଧିକ ସଂକ୍ରାମକ ଅଟେ । ଯାହାକି ବର୍ତ୍ତମାନ ବ୍ରିଟେନର ୧୨ ରୁ ୨୦ ବର୍ଷ ବୟସ୍କ ପିଲାମାନଙ୍କୁ ସଂକ୍ରମିତ କରିବାରେ ଲାଗିଛି ।  ବ୍ରଟେନରେ ବର୍ତ୍ତମାନ ଡେଲଟା ଭ୍ୟାରିଆଣ୍ଟ ଭୟାନକ ହେବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ରିସର୍ଚ୍ଚ ମଧ୍ୟ ଜାରି ରହିଛି ।

   Related Posts