ଏହି ସହରରୁ ଚିହ୍ନଟ ହେଲା ସର୍ବାଧିକ ଡେଲ୍ଟା ଭାରିଏଣ୍ଟ: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଫଳାଫଳ

Published By : Prameya-News7 Bureau | June 05, 2021 IST

ବାରାଣାସୀ ୦୫/୦୬ : କରୋନାର ଦ୍ୱିତୀୟ ଲହର ପ୍ରାୟ ଶେଷ ହେବାକୁ ଯାଉଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ଓ ମୃତ୍ୟୁହାର ମଧ୍ୟ ଅଧିକ ରହିଛି । ବର୍ତ୍ତମାନ ଦ୍ୱିତୀୟ ଲହର ଶେଷ ଷ୍ଟେଜରେ ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହିଭଳି ସମୟରେ ବିଏଚୟୁ ବୈଜ୍ଞାନିକଙ୍କ ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି । ଏହି ଗବେଷଣାର ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି । ବାରାଣାସୀରେ କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ସବୁଠାରୁ ଅଧିକ ଚିହ୍ନଟ ହୋଇଛି । ଏହାସହ ଦକ୍ଷିଣ ଆଫ୍ରିକା ମ୍ୟୁଟେଣ୍ଟ ମଧ୍ୟ ଚିହ୍ନଟ ହୋଇଛି । ବର୍ତ୍ତମାନ ବୈଜ୍ଞାନିକ ତୃତୀୟ ଲହର ଓ ତାର ପ୍ରଭାବ ଉପରେ ଗଣେଷଣ କରୁଛନ୍ତି ।

ଯେତେବେଳେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚିବା ଆରମ୍ଭ କରିଥିଲା, ସେତେବେଳେ ବିଏଚୟୁ ବୈଜ୍ଞାନିକଙ୍କ ଚିନ୍ତା ବଢି ଯାଇଥିଲା । ସେତେବେଳେ ୩୦ ଜଣିଆ ଟିମ ପ୍ରସ୍ତୁତ ଥିଲା । ନମୁନା ଉପରେ ଗଭୀର ଗବେଷଣା ଆରମ୍ଭ ହୋଇଥିଲା । ବାରାଣାସୀ ସହିତ ମିର୍ଜାପୁର ଓ ଅନ୍ୟ ଜିଲ୍ଲାମାନଙ୍କରୁ ନମୁନା ସଂଗ୍ରହ କରାଯାଇଥିଲା । ୧୩୦ ନମୁନା କ୍ରମରେ ଗବେଷଣା କରାଯାଇଥିଲା ।

ବିଏଚୟୁ ଓ ସିଏସଆଇଆର ସେଲ୍ୟୁଲାର, ସିସିଏମବି ହାଇଦ୍ରାବାଦ ବାରାଣାସୀ ଏବଂ ଏହାର ଆଖପାଖ ଅଞ୍ଚଳର କରୋନା ଭାଇରସ ଭାରିଏଣ୍ଟ ଜିନୋମକୁ ସିକ୍ୱେନ୍ସ କରିଥିଲା । ଯାହାର ଫଳାଫଳରେ ଡେଲ୍ଟା ଭାରିଏଣ୍ଟ ସର୍ବାଧିକ ଚିହ୍ନଟ ହୋଇଥିବା ଜଣାପଡିଛି । ବର୍ତ୍ତମାନ କରୋନାର ଏହି ଭାରିଏଣ୍ଟ କେତେ ପ୍ରଭାବଶାଳୀ ତାକୁ ନେଇ ଗବେଷଣା ଜାରି ରହିଛି । ବିଏଚୟୁ ବୈଜ୍ଞାନିକଙ୍କ କହିବାନୁଯାୟୀ ଏହା ଉପରେ ମଧ୍ୟ ଶୀଘ୍ର ସଫଳତା ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.