ମହିଳାଙ୍କ ଠାରେ କରୋନାର ସବୁଠାରୁ ମାରାତ୍ମକ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ, ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିଲାଣି ଛଅଟି ମାମଲା

Published By : Prameya-News7 Bureau | June 17, 2021 IST

ଭୋପାଳ, ୧୭/୦୬ : ମଧ୍ୟପ୍ରଦେଶର କରୋନାର ଦ୍ୱିତୀୟ ଲହର ପରେ ବର୍ତ୍ତମାନ ଭୋପାଳରେ ମାରାତ୍ମକ ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଏହିଭଳି ଭାରିଏଣ୍ଟର ୬ଟି ମାମଲା ସାମ୍ନାକୁ ଆସିଛି। ଭୋପାଳରେ ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହେବାପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି ଏବଂ ଏନେଇ ଅଧ୍ୟୟନ କରାଯାଉଛି।

ଭୋପାଳରେ ଚିହ୍ନଟ ହୋଇଥିବା ନୂଆ ଡେଲଟା ଭାରିଏଣ୍ଟକୁ ନେଇ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱ କୈଳାଶ ସାରଙ୍ଗ କହିଛନ୍ତି ଯେ ଆମର ଏଠାରୁ ଯେଉଁ ନମୁନା ଯାଇଥିଲା ସେଥିମଧ୍ୟରୁ NCDC କୁ ଗୋଟିଏ ନମୁନାରେ ଭାଇରସର ନୂଆ ଭାରିଏଣ୍ଟ ମିଳିଛି। ଏନେଇ ରିସର୍ଚ୍ଚ ଚାଲିଛି। ମଧ୍ୟପ୍ରଦେଶରେ କରୋନାକୁ ରୋକିବା ପାଇଁ ଏବଂ ସଂକ୍ରମଣ ଚେନ ଭାଙ୍ଗିବାକୁ ରିସର୍ଚ୍ଚ କରାଯାଉଛି। ସେ କହିଛନ୍ତି ଯେ ମଧ୍ୟପ୍ରଦେଶରେ କରୋନା ମାମଲା ହ୍ରାସ ପାଇବା ସତ୍ତ୍ୱେ ଟେଷ୍ଟିଙ୍ଗରେ କୌଣସି ଅବହେଳା କରାଯାଇନାହିଁ। କ୍ରମାଗତ ପରୀକ୍ଷଣ ହେତୁ ନୂଆ ଭାରିଏଣ୍ଟ ଶୀଘ୍ର ଚିହ୍ନଟ ହେଉଛି।

ଟେଷ୍ଟ କରିବା ପରେ, ନମୁନାଗୁଡିକ NSDC ଏବଂ ଉଚ୍ଚ ଅନୁସନ୍ଧାନ ପ୍ରତିଷ୍ଠାନକୁ ପଠାଯାଇ ସେମାନଙ୍କର ଜେନେଟିକ୍ ଏବଂ ଭାରିଏଣ୍ଟ ସମ୍ପର୍କରେ ଯାଞ୍ଚ କରାଯାଉଛି। ଭୋପାଳର ବରଖେଡା ପଠାନୀରେ ରହୁଥିବା ଜଣେ ମହିଳାଙ୍କଠାରେ ନୂଆ ଡେଲଟା ଭାରିଏଣ୍ଟ ପ୍ଲସ୍ ଚିହ୍ନଟ ହୋଇଛି। ଏନଏସଡିସି ଏ ବିଷୟରେ ସୂଚନା ଦେଇଛି। ସାରଙ୍ଗ କହିଛନ୍ତି ଯେ ମହିଳାଙ୍କ ଚିକିତ୍ସା ଚାଲିଛି। ମହିଳାଙ୍କୁ କରୋନା ଟୀକା ଦିଆଯାଇଛି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ତାଙ୍କର କଣ୍ଟାକ୍ଟ ଟ୍ରେସ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.