ଡେଲ୍ଡା ପ୍ଲସ୍ ଭାରିଆଣ୍ଟ ଦ୍ବାରା ସଂକ୍ରମଣ ବଢିବା ସମ୍ଭାବନା, ଅଧିକ ଗୁରୁତର ହେବେ ରୋଗୀ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | June 24, 2021 IST

ଭୁବନେଶ୍ବର ୨୪।୬: ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା କମ୍ ଅଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି  । ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଦ୍ବାରା ଏବେ ସୁଦ୍ଧା ୪୦ଟି କେସ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁରେ ଏହା ଅଧିକା ଚିହ୍ନଟ ହୋଇଛି । ଦୁଇ ଦିନ ତଳେ ଏହା ଭାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ କ୍ୟାଟେଗୋରୀରେ ଥିଲା । ବୁଧବାର ଏହା ଭାରିଆଣ୍ଟ ଅଫ୍ କନସର୍ଣ୍ଣ ବୋଲି ଭାରତ ସରକାର ଘୋଷଣା କରିଛନ୍ତି ।

ଡେଲ୍ଟା ପ୍ଲସକୁ ନେଇ ଯଥେଷ୍ଟ ଗବେଷଣା ହୋଇନାହିଁ । ଯାହା ଆକଳନ ହୋଇଛି ଏହାଦ୍ବାରା ଅଧିକା ସଂକ୍ରମଣ ବଢିବ । ରୋଗୀ ଅଧିକ ଗୁରୁତର ହେବେ । ଫୁସଫୁସ ସଂକ୍ରମଣ ଅଧିକା ହେବ । ଏହା ଆଣ୍ଟିବଡି ପ୍ରଡକ୍ସନ ଲେଭଲ ଓ ରୋଗ ପ୍ରତିରୋଧକ ଶକ୍ତିକୁ ବାଇପାସ୍ କରିବ ବୋଲି ଆକଳନ କରାଯାଉଛି । ସେଥିପାଇଁ ସରକାର ଜିନମ ସିକ୍ୟୁଏନ୍ସି ବଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକା ସଂଖ୍ୟାର ଡେଲ୍ଟା ପ୍ଲସ୍ କେସ୍ ୟୁକେ ଓ ଜର୍ମାନୀରେ ଚିହ୍ନଟ ହୋଇଛି । ସେମାନେ ଏହାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ଘୋଷଣା କରିସାରିଛନ୍ତ । ଭାରତ ଗତକାଲି ଘୋଷଣା କରିଛି ।

ଖୋର୍ଦ୍ଧା, କଟକ, ଯାଜପୁରରେ କେସ୍ ଲୋଡ୍ ଅଧିକ ଅଛି ତେଣୁ ଏହିସବୁ ଜିଲ୍ଲା ହାଇ ପ୍ରିଭିଲାନ୍ସ ଜୋନରେ ଅଛି । ଯେହେତୁ ଭାଇରସ୍ ବଞ୍ଚିବାକୁ ଚେଷ୍ଟା କରୁଛି ସେଥିପଇଁ ମ୍ୟୁଟେସନ୍ ବି ହେବ ଓ ଭାରିଆଣ୍ଟ ବି ବଦଳିବ । ତେଣୁ ଗୋଟିଏ ଉପାୟ, ଆମକୁ ଟ୍ରାନ୍ସମିସନ ଚେନ୍ ଭାଙ୍ଗିବାକୁ ପଡିବ ଓ ସତର୍କ ରହିବାକୁ ପଡିବ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.