Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବାବୁଲ ସୁପ୍ରିଓଙ୍କ ଇସ୍ତଫାକୁ ନେଇ ବେଙ୍ଗଲରେ ତେଜିଲା ରାଜନୀତି, ଜାଣନ୍ତୁ କଣ କହିଲେ ଦିଲ୍ଲୀପ ଘୋଷ ?

8/07/2021 at 5:29 PM

କୋଲକାତା ୮।୭: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବୁଧବାର ବ୍ୟାପକ ଅଦଳବଦଳ ହୋଇଛି। ଏଥିଲାଗି କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବି ପଡିଛି। ତେବେ ବୁଧବାର ଇସ୍ତଫା ପରେ କେନ୍ଦ୍ର ବନ, ପରିବେଶ ଓ ଜଳବାୟୁ ରାଜ୍ୟମନ୍ତ୍ରୀଙ୍କ ଫେସବୁକ୍‌ ପୋଷ୍ଟକୁ ନେଇ ବେଙ୍ଗଲ ରାଜନୀତିର ଝଡ଼ ସୃଷ୍ଟି ହୋଇଛି। ଏହି ପଦବୀରେ ଅବସ୍ଥାପିତ ବରିଷ୍ଠ ବିଜେପି ନେତା ବାବୁଲ ସୁପ୍ରିଓ ‘ମୋତେ ମଗାଗଲା ଓ ମୁଁ ଇସ୍ତଫା ଦେଇଦେଲି’ ବୋଲି ତାଙ୍କ ସୋସିଆଲ ମିଡିଆ ପେଜ୍‌ରେ ଉଲ୍ଲେଖ କରିଥିଲେ।

ବାବୁଲ ସୁପ୍ରିଓ ପ୍ରଥମେ ଉଲ୍ଲେଖ କରିଥିବା ପୋଷ୍ଟକୁ କିଛି ସମୟ ପରେ ଡିଲିଟ୍‌ କରି ପୁଣି ଏକ ନୂଆ ପୋଷ୍ଟ କରିଥିଲେ। ତେବେ ଏହାକୁ ନେଇ ବେଙ୍ଗଲ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗୁରୁବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କାହାର ନାମ ନନେଇ ବହିଷ୍କାର କରି ଦିଆ ଯାଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି। ତେବେ ତାଙ୍କର ଏପରି ମନ୍ତବ୍ୟ ବାବୁଲ ସୁପ୍ରିଓଙ୍କୁ ଉଦ୍ଦେଶ୍ୟରେ ବୋଲି ସ୍ପଷ୍ଟ ବାରି ହୋଇପଡୁଛି।

ଦିଲ୍ଲୀପ କହିଛନ୍ତି ଯେ ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ତାଙ୍କୁ (ବାବୁଲ ସୁପ୍ରିଓଙ୍କୁ) ଏଥିପାଇଁ ଇସ୍ତଫା ମାଗିଲେ ଯେପରି ସେ କୌଣସି ନୂଆ ଦାୟିତ୍ୱ ନେଇପାରନ୍ତି।  ଏକ ପାର୍ଟି ଏହିପରି କାମ କରେ। ପାର୍ଟିର ଦାୟିତ୍ୱବାନ ନେତା ଭାବେ ନିୟତ ପ୍ରକ୍ରିୟା ଉପରେ ବିଶ୍ୱାସ ରଖିବାକୁ ହେବ। କେବଳ ସେ ନୁହନ୍ତି ୧୨ ଜଣଙ୍କୁ ଇସ୍ତଫା ଦେବାକୁ ପଡିଛି। ପ୍ରସଙ୍ଗରେ କେହି ହେଲେ ମୁହଁ ଖୋଲିନଥିବା ବେଳେ କେବଳ ସେ ହିଁ ଏକମାତ୍ର ବ୍ୟକ୍ତି ଯିଏ ବିରୋଧ କରିଛନ୍ତି। ଏହା ବଦଳେ ତାଙ୍କୁ ଯଦି ବାହାର କରି ଦିଆଯାଇଥାନ୍ତା ତେବେ ଭଲହୋଇଥାନ୍ତା କି ବୋଲି ଘୋଷ ପ୍ରଶ୍ନ କରିଛନ୍ତି।

   Related Posts