ରାୟଗଡା ୦୫।୦୧ - ରାୟଗଡା ଉପକଣ୍ଠରେ ଥିବା ପାହାଡିଆ ଅଂଚଳ ବାଇସିଂ ଗ୍ରାମର ଆଦିବାସୀ ଗର୍ଭବତୀ ମହିଳା ରାଜଶ୍ରୀ ତାଡିଙ୍ଗି ଯନ୍ତ୍ରଣା ଅନୁଭବ କରିବାରୁ ସ୍ୱାମୀ ସେନାପତି ତାଡିଙ୍ଗି ଅଟୋ ଯୋଗେ ଘାଟି ରାସ୍ତା ଦେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ମାତ୍ର ମୁଖ୍ୟ ଚିକିତ୍ସାଳୟକୁ ପହଂଚିବା ପୂର୍ବରୁ ସ୍ଥାନୀୟ ନ୍ୟୁକୋଲୋନୀ ଛକରେ ଅଟୋ ଭିତରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେଠାରୁ ଚିକିତ୍ସାଳୟକୁ ଆସିବାପରେ କର୍ମଚାରୀମାନେ ଶିଶୁ ଏବଂ ମାକୁ ନେଇ ଚିକିତ୍ସା କରିଥିଲେ।
ଏବେ ମା ଏବଂ ନଵଜାତ ଶିଶୁ ସୁସ୍ଥ ଥିବା ଜଣାପଡିଛି। ଅନ୍ୟପଟେ ମହିଳା ଜଣକ ଗତ କାଲି ଚିକିତ୍ସାଳୟକୁ ଆସିଥିଲେ ସୁଦ୍ଧା ସମୟ ହୋଇ ନଥିବାରୁ ଘରକୁ ଫେରାଇ ଦିଆଯାଇଥିବା ପ୍ରକାଶ କରିଛନ୍ତି ତାଙ୍କ ସ୍ୱାମୀ ସେନାପତି ତାଡିଙ୍ଗି।