Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମହଙ୍ଗା ପଡିଲା ମିଛ ଅଭିନୟ, ବନ୍ଧା ହେଲେ ଡେଲିଭରୀ ବୟ ଚିକୁନ ; ଯୁବତୀଙ୍କ ବୟାନ ରେକର୍ଡ

16/09/2021 at 3:05 PM

ଭୁବନେଶ୍ୱର ୧୬।୦୯:  ମିଛ ଅଭିନୟ ମହଙ୍ଗା ପଡିଲା । ବନ୍ଧା ହେଲେ ଡେଲିଭରି ବୟ ପତିତପାବନ ଓରଫ ଚିକୁନ । ପରିବାର ଲୋକଙ୍କୁ ମିଛ ଫୋନ୍‌ କରି ଧରାପଡିଗଲେ ପତିତପାବନ । ପୋଲିସ ତଦନ୍ତରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଡେଲଭରୀ ବୟ ନଥିଲେ ବୋଲି ସୂଚନା ମିଳିଛି । ସେହିପରି ଉଦ୍ଧାର ଯୁବତୀଙ୍କ ଅଡିଓ- ଭିଡିଓ ବୟାନ ରେକର୍ଡ । ସ୍ବଇଚ୍ଛାରେ ଯୁବକଙ୍କ ସହ ଫେରାର ହୋଇଥିବା କହିଲେ ଯୁବତୀ । ପୋଲିସକୁ ଭ୍ରମିତ କରିବା, ମିଥ୍ଯା ଅପହରଣ ନାଟକ କରିବା ଓ ତଥ୍ୟ ଲୁଚାଇବା ଅଭିଯୋଗରେ ଚିକୁନକୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଧଉଳି ଅଞ୍ଚଳର ଏହି ଡେଲିଭରୀ ବୟ ପତିତପାବନ ଅପହରଣ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । କେହି ତାଙ୍କୁ କୁଆଡେ ନେଇଯାଉଛନ୍ତି ବୋଲି ଏକ ଭଏସ ମେସେଜ ଜରିଆରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ପତିପାବନ । ଅଭିଯୋଗ ପରେ ଆକ୍ସନକୁ ଆସିଯାଇଥିଲା ପୋଲିସ । ଏନେଇ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ରେଳବାଇ ଥାନାକୁ ପତିପାବନଙ୍କ ଫଟୋ ପଠାଯାଇଥିଲା ।

ଧଉଳି ଥାନା ପୋଲିସ ମାମଲାର ଛାନ୍‌ଭିନ୍‌ ଜାରି ରଖିଥିବା ବେଳେ ଘଟଣାରେ ଆସିଥିଲା ଏକ ଟ୍ୱିଷ୍ଟ । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପତିପାବନ ଅପହରଣ କରିଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ଗୋପ ଥାନାରେ ମାମଲା ରୁଜୁ ହୋଇଥିଲା । ଯାହାକି ମାମଲାକୁ ପୁରା ଅଡୁଆରେ ପକାଇଦେଇଥିଲା । ସେପଟେ ପତିତପାବନକୁ ମଧ୍ୟପ୍ରଦେଶର କଟନୀରୁ ଠାବ କରିଥିଲା ରେଳବାଇ ପୋଲିସ । ତାଙ୍କ ସହ ଜଣେ ଯୁବତୀ ମଧ୍ୟ ରହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୋଲିସର ଛାନ୍‌ଭିନ୍‌ । ପତିତପାବନ ନିଜ ସ୍ତ୍ରୀକୁ ଅପହରଣର ରଙ୍ଗୀନ୍ ମିଛ କହି ପ୍ରେମିକା ସହ ହୋଇଯାଇଥିଲା ଫେରାର ।

ତେବେ ପୋଲିସ ତଦନ୍ତରୁ ଯାହା ଜଣାପଡିଥିଲା କି, ନିଜେ ପତିତପାବନ ହିଁ ନିଜ ଅପରହଣର ନାଟକ ଲେଖିଥିଲେ । ନିଜେ ଥିଲେ ନିର୍ଦ୍ଦେଶକ, ନିଜେ ଥିଲେ ଅଭିନେତା । କିନ୍ତୁ କ୍ଲାଇମାକ୍ସ ପୂର୍ବରୁ ପୁରା ଘଟଣାର ହୋଇଗଲା ପର୍ଦ୍ଦାଫାଶ । ପୋଲିସ ଡେଲିଭରୀ ବୟ ପତିତପାବନକୁ ଠାବ କରି ଭୁବନେଶ୍ୱର ଆଣିବା ପାଇଁ ମଧ୍ୟପ୍ରଦେଶ ରେଳବାଇ ପୋଲିସ ସହିତ ଯୋଗାଯୋଗ କରିଥିଲା । ଏହାପରେ ଉଭୟ ପତିତପାବନ ଏବଂ ଜଣେ ଯୁବତୀଙ୍କୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା ।

ଶେଷରେ ମିଛ ଅଭିନୟ ମହଙ୍ଗା ପଡିଲା । ବନ୍ଧା ହେଲେ ଡେଲିଭରୀ ବୟ ପତିତପାବନ ଓରଫ ଚିକୁନ । ପରିବାର ଲୋକଙ୍କୁ ମିଛ ଫୋନ୍‌ କରି ଧରାପଡିଗଲେ ପତିତପାବନ । ପୋଲିସ ତଦନ୍ତରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଡେଲଭରୀ ବୟ ନଥିଲେ ବୋଲି ସୂଚନା ମିଳିଛି । ସେହିପରି ଉଦ୍ଧାର ଯୁବତୀଙ୍କ ଅଡିଓ- ଭିଡିଓ ବୟାନ ରେକର୍ଡ । ସ୍ବଇଚ୍ଛାରେ ଯୁବକଙ୍କ ସହ ଫେରାର ହୋଇଥିବା କହିଲେ ଯୁବତୀ । ପୋଲିସକୁ ଭ୍ରମିତ କରିବା, ମିଥ୍ଯା ଅପହରଣ ନାଟକ କରିବା ଓ ତଥ୍ଯ ଲୁଚାଇବା ଅଭିଯୋଗରେ ଚିକୁନକୁ ଗିରଫ କରିଛି ପୋଲିସ ।

   Related Posts