ସିଲିଣ୍ଡର୍ ଡେଲିଭର୍ ସମୟରେ ଡେଲିଭରୀ ବଏ ଅତିରିକ୍ତ ଚାର୍ଜ କଲେ କରନ୍ତୁ ଏହି କାମ, କମ୍ପାନୀ ଦେଇଛି ସୂଚନା

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୦୬/୦୧ : ଯଦି ଆପଣ ଏଚପିସିଏଲ୍ (HPCL) ର ଏଲପିଜି ସିଲିଣ୍ଡର ବ୍ୟବହାର କରୁଛନ୍ତି ତାହେଲେ ଏହି ଖବର ନିଶ୍ଚୟ ପଢନ୍ତୁ। ଏଲପିଜି ସିଲିଣ୍ଡର୍ ପାଇଁ ପେମେଣ୍ଟକୁ ନେଇ ଏଚପିସିଏଲ ଏକ ଖାସ ସୂଚନା ଦେଇଛି। ସିଲିଣ୍ଡର ଡେଲିଭରୀ ସମୟରେ ଡେଲିଭରୀ ବଏକୁ କୌଣସି ଚାର୍ଜ ଦେବା ଆବଶ୍ୟକ ନାହିଁ।

କିଛି ମିଡ଼ିଆ ରିପୋର୍ଟରେ ସୂଚନା ଅଧିକାରରେ କୁହାଯାଇଛି ଯେ କମ୍ପାନୀ ସ୍ପଷ୍ଟ ଭାବେ କହିଛି ଯେ ଡେଲିଭରୀ ବଏଙ୍କୁ ଗ୍ରାହକ କୌଣସି ଡେଲିଭରୀ ଚାର୍ଜ ଦେବା ଦରକାର ନାହିଁ। ଆରଟିଆଇ ଜରିଆରେ ଆବେଦନ କରିବା ପରେ ଏଚପିସିଏଲ ଏ ସମ୍ପର୍କରେ ସୂଚନା ଦେଇଛି।

ଏଚପିସିଏଲ୍ ନିଜ ଜବାବରେ କହିଛି ଯେ ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ଦ୍ୱାରମୁହଁ ଯାଏଁ ପହଞ୍ଚାଇବା ଡିଷ୍ଟ୍ରିବ୍ୟୁଟରଙ୍କ ଦାୟିତ୍ତ୍ୱ। କୌଣସି ବିଲଡିଂ କିମ୍ବା ଫ୍ଲାଟର ଯେକୌଣସି ମହଲାରେ ଗ୍ୟାସ ସିଲିଣ୍ଡର ଡେଲିଭରୀ ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିନଥାଏ। ଗ୍ରାହକଙ୍କୁ କେବଳ ବିଲରେ ଦିଆଯାଇଥିବା ଆମାଉଣ୍ଟ ହିଁ ଦେବେ। 

ହାଇଦ୍ରାବାଦର ଜଣେ ଯୁବକ ଆରଟିଆଇ ଜରିଆରେ ଏଚପିସିଏଲକୁ ଏ ସମ୍ବନ୍ଧରେ ପ୍ରଶ୍ନ କରିଥିଲେ। ଜଣେ ଡେଲିଭରୀ ବଏ ତାଙ୍କୁ ଡେଲିଭରୀ ଚାର୍ଜ ଦାବି କରିବାରୁ ସେ ଏହି ପ୍ରଶ୍ନ କରିଥିଲେ। ଏଚପିସିଏଲ କହିଥିଲା ଯେ ଗ୍ରାହକ ଅତିରିକ୍ତ ଚାର୍ଜ ଦେବାକୁ ମନା କରିପାରିବେ। ଡେଲିଭରୀ ପାଇଁ ଅତିରିକ୍ତ ଚାର୍ଜ ଦେବାର କୌଣସି ନିୟମ ନାହିଁ। ବିଲରୁ ଅଧିକ ଟଙ୍କା ଦେବାକୁ କମ୍ପାନୀ ମନା କରିଛି।

ଆରଟିଆଇ ପ୍ରଶ୍ନର ଜବାବରେ ଏଚପିସିଏଲ୍ କହିଥିଲା ଯେ ଡେଲିଭରୀ ପାଇଁ ଅତିରିକ୍ତ ଚାର୍ଜ ଦାବି କଲେ ଗ୍ରାହକ ଡେଲିଭରୀ ବଏ କିମ୍ବା ଗ୍ୟାସ ଡିଷ୍ଟ୍ରିବ୍ୟୁଟର ବିରୋଧରେ ମାମଲା ରୁଜ୍ଜୁ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.