ରାସ୍ତାରେ ଡେଲିଭରୀ ବୟ ଗିରଫ ହେବା ପରେ ପୋଲିସ ନେଇ ଘରେ ପହଞ୍ଚିଲା ମହିଳାଙ୍କ ଖାଦ୍ୟ, ଆଉ ତାପରେ..

Published By : Prameya-News7 Bureau | July 12, 2021 IST

ଆମେରିକା ୧୨/୭ : ଆମେରିକାରେ ଜଣେ ପୋଲିସଙ୍କ ଉଦାରତା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଥାଉକି, ଯେ ଜଣେ ମହିଳା ଅନଲାଇନରେ ଖାଦ୍ୟ ଅର୍ଡର କରିଥିଲେ । କିଛି ସମୟ ପରେ ମହିଳା ଜଣକ କବାଟ ଖୋଲି ଦେଖିଲେ ଯେ କାରରୁ ତାଙ୍କ ଖାଦ୍ୟ ନେଇ ଜଣେ ପୋଲିସ କର୍ମଚାରୀ ସେଠାରେ ପହଞ୍ଚିଛନ୍ତି । ବାସ୍ତବରେ, ଏହି ମାମଲା ଆମେରିକାର ଜୋନ୍ସବୋରୋ ପୋଲିସ୍ ଷ୍ଟେସନର ଅଟେ ।

ଏହାର ଏକ ଭିଡିଓ ଏଠାରେ ପୋଲିସର ଅଫିସିଆଲ୍ ସୋସିଆଲ୍ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ସୂଚନାଯୋଗ୍ୟ ଯେ, ହୋଟେଲରୁ ଜଣେ ମହିଳା ଅନଲାଇନରେ ଖାଦ୍ୟ ଅର୍ଡର କରିଥିଲେ । ଏହି ସମୟରେ କୌଣସି କାରଣରୁ ରାସ୍ତାରେ ଡେଲିଭରି ବୟଙ୍କୁ ଗିରଫ କରାଯଇଥିଲା । ପରେ ଡେଲିଭରୀ ବୟ ଜଣଙ୍କ ଖାଦ୍ୟ ଜେଲଭରୀ କରିବାକୁ ଯାଉଥିଲେ ବୋଲି ପୋଲିସକୁ ଜଣାଇଥିଲେ ।

wp:html /wp:html

ଏହା ପରେ ମହିଳାଙ୍କ ଖାଦ୍ୟ ତାଙ୍କୁ ଦିଆଯିବ ବୋଲି ପୋଲିସ ନିଷ୍ପତ୍ତି ନେଇଥିଲା । ତା’ପରେ ଜଣେ ପୋଲିସ ଅଧିକାରୀ ଟାଇଲର ୱିଲିୟମ୍ସ ଡେଲିଭରି ବୟଙ୍କଠାରୁ ମହିଳାଙ୍କ ଠିକଣା ନେଇଥିଲେ ଏବଂ ତାଙ୍କ ଡ୍ୟୁଟିରୁ ସେ ସିଧା ମହିଳାଙ୍କ ଘରକୁ ଯାଇ ଖାଦ୍ୟ ଡେଲିଭରୀ କରିଥିଲେ । ପୋଲିସ ଅଧିକାରୀ ଜଣଙ୍କ ମହିଳାଙ୍କ ଘରେ ପହଞ୍ଚି କବାଟ ବାଡେଇଥିଲେ । ସେତେବେଳେ ମହିଳା ଜଣକ ପ୍ରଥମେ ଚକିତ ହୋଇଯାଇଥିଲେ ।

ପରେ ପୋଲିସ ସବୁ କହିବା ପରେ ମହିଳା ଜଣଙ୍କ ଖାଦ୍ୟ ଗ୍ରହଣ କରିଥିଲେ । ଅଧିକାରୀ କହିଛନ୍ତି ଯେ ତୁମର ଚିନ୍ତା କରିବାର ଆବଶ୍ୟକତା ନାହିଁ । ଡେଲିଭରି ବୟକୁ ଗିରଫ କରାଯାଇଛି, ତେଣୁ ତୁମ ଖାଦ୍ୟ ମୁଁ ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.