Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

IPL 2021 : ମୁମ୍ବାଇ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ରୋମାଞ୍ଚକର ବିଜୟ, ଶ୍ରେୟସ୍‌ ଆୟରଙ୍କ ମ୍ୟାଚ୍‌ ଓ୍ବିନିଂ ଇଂନିସ୍‌

2/10/2021 at 7:24 PM

ଶାରଜାହ ୦୨/୧୦ : ଇଣ୍ଡିଆନ ପ୍ରିମିୟର ଲିଗ୍ IPLର ଆଜିର ମ୍ୟାଚ୍‌ରେ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ଟକ୍‌ରାଟକ୍‌ରି ପରିସ୍ଥିତି ଦେଖିବାକୁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ରୋହି ଶର୍ମାଙ୍କ ଏମ୍‌ଆଇକୁ ୪ ଓ୍ବିକେଟରେ ପରାସ୍ତ କରି ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିଛି ପନ୍ତଙ୍କ କ୍ୟାପିଟାଲ୍ସ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଶ୍ରେୟସ୍‌ ଆୟରଙ୍କ ଧୌର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଦିଲ୍ଲୀ ଦମଦାର ବିଜୟ ହାସଲ କରିଛି । ୧୩୦ ରନ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୧୯.୧ ଓଭରରେ ୬ ଓ୍ବିକେଟ ହରାଇ ୧୩୨ ରନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।  

ଆରମ୍ଭ ରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ପକ୍ଷରୁ ଓପନିଂ ଯୋଡି ପୃଥ୍ବୀ ସ’ ଏବଂ ଶିଖର ଧାଓ୍ବନ ନିରାଶ କରିଥିଲେ । ପୃଥ୍ବୀ ମାତ୍ର ୬ ରନ କରି ଆଉଟ ହୋଇଥିବା ବେଳେ ଧାଓ୍ବନ ୮ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଷ୍ଟେଭ୍‌ ସ୍ମିଥ୍‌ ୯ ରନ କରି ଆଉଟ ହୋଇଛନ୍ତି । ପରେ ଋଷଭ ପନ୍ତ ଏବଂ ଶ୍ରେୟସ୍‌ ଆୟର ପାଳିକୁ ଆଗକୁ ବଢାଇଥିଲେ । ଭଲ ଆରମ୍ଭ କରିଥିଲେ ସୁଦ୍ଧା ଇନିଂସକୁ ବଡ କରିପାରିନାହାନ୍ତି ପନ୍ତ । ୨୨ ବଲ ଖେଳି ୩ ଚୌକା ଏବଂ  ୧ ଛକା ସହାୟତାରେ ୨୬ରନ କରି ଆଉଟ ହୋଇଛନ୍ତି । ଅକ୍ଷର ପଟେଲ ୯ ରନ, ସିମ୍ରନ୍‌ ହେଟମାୟର ୧୫ ରନ କରି ଆଉଟ ହୋଇଛନ୍ତି । ଶ୍ରେୟସ୍‌ ଆୟର ୩୩ ରନ ଏବଂ  ରବିଚନ୍ଦ୍ରନ ଅଶ୍ବିନ ୨୦ ରନ କରି ଅପରାଜିତ ଅଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସର ବୋଲର ମାନେ ମଧ୍ୟ ଚମତ୍କାର ପ୍ରଦାର୍ଶନ କରିଥିଲେ । ଆରମ୍ଭରୁ ହିଁ ଓ୍ବିକେଟ ନେବାରେ ଏବଂ ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ ମୁମ୍ବାଇ ବୋଲର । ଦଳ ପକ୍ଷରୁ ଜୟନ୍ତ ଯାଦବ ୪ ଓଭରରେ ୩୧ ରନ ଦେଇଥିବା ବେଳେ, ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୨୪ ରନ ୧ ଓ୍ବିକେଟ, କ୍ରୁନାଲ ପାଣ୍ଡ୍ୟା ୨.୧ ଓଭରରେ ୧୮ ରନ ୧ ଓ୍ବିକେଟ୍‌, ଜଶପ୍ରୀତ ବୁମରାହ ୪ ଓଭରରେ ୨୯ ରନ ଦେଇ ୧ ଓ୍ବିକେଟ, ନାଥାନ୍‌ କ୍ବିଲ୍ଟର ନାଇଲ୍‌ ୪ ଓଭରରେ ୧୯ ରନ ଦେଇ ଗୋଟିଏ ଓ୍ବିକେଟ, କିରନ ପୋଲାର୍ଡ ୧ ଓଭରରେ ୯ ରନ ଦେଇଛନ୍ତି ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୨୯ ରନ ସଂଗ୍ରହ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଅଧିନାୟକ ରୋହିତ ଶର୍ମା ଏବଂ କ୍ବିଣ୍ଟନ୍‌ ଡି’ କକ୍‌ ନିରାଶ କରିଥିଲେ । ରୋହିତ ମାତ୍ର ୭ ରନ କରି ଆଉଟ ହୋଇଥିବା ବେଳେ ଡି କକ୍‌(୧୯ରନ) ବଡ ପାଳି ଖେଳିବାକୁ ବିଫଳ ହୋଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟ ଖେଳାଳିମାନେ ମଧ୍ୟ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫାଷ୍ଟ ଡାଉନ୍‌ ସୂର୍ଯ୍ୟକୁମାର ଯାଦବ ସମ୍ମାନଜନକ ସ୍କୋର କରିଥିଲେ । ୨୬ ବଲ ଖେଳି ୨ ଚୌକା ଏବଂ ୨ ଛକା ସହାୟତାରେ ୩୩ ରନ କରି ଆଉଟ ହୋଇଥିଲେ । ସେହିଭଳି ସୌରଭ ତିଓ୍ବାରୀ ୧୫ରନ, କିରନ ପୋଲାର୍ଡ ୬, ହାର୍ଦ୍ଧିକ ପାଣ୍ଡ୍ୟା​‌ ୧୭ ରନ, ନାଥାନ୍‌ କ୍ବିଲ୍ଟର ନାଇଲ୍‌ ୧ରନ, ଜୟନ୍ତ ଯାଦବ ୧୧ ରନ କରି ଆଉଟ ହୋଇଛନ୍ତି । କ୍ରୁନାଲ ପାଣ୍ଡ୍ୟା ୧୩ ରନ ଏବଂ ଜଶପ୍ରୀତ ବୁମରାହ ୧ ରନ କରି ଅପରାଜିତ ଥିଲେ ।

ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନେ ଆରମ୍ଭରୁ ହିଁ ମୁମ୍ବାଇ ବ୍ୟାଟ୍ସମ୍ୟାନମାନଙ୍କୁ ହାତ ଖୋଲା ସଟ୍‌ ଖେଳିବାକୁ ଦେଇନଥିଲେ । କ୍ୟାପିଟାଲ୍ସର ଶାଣିତ ବୋଲିଂ ସାମ୍ନାରେ ହାରମାନିଥିଲା ମୁମ୍ବାଇ । ଦିଲ୍ଲୀ ପକ୍ଷରୁ ଅବେସ୍‌ ଖାନ ଏବଂ ଅକ୍ଷର ପଟେଲ ଚମତ୍କାର ବୋଲିଂ କରିଥିଲେ । ଅବେସ୍‌ ଖାନ ୪ ଓଭରରେ ମାତ୍ର ୧୫ ରନ ଦେଇ ୩ ଟି ଓ୍ବିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୪ ଓଭରରେ ୨୧ ରନ ୩ ଓ୍ବିକେଟ ନେଇଥିଲେ । ସେହିଭଳି ଏନ୍‌ରିଚ୍‌ ନୋର୍ଟଜେ ମାପିଚୁପି ବୋଲିଂକରି ୪ ଓଭରରେ ୧୯ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, କାଗିସୋ ରାବାଡା ୪ ଓଭରରେ ୩୩ ରନ, ଏବଂ ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୪୧ ରନ ଦେଇ ୧ ଓ୍ବିକେଟ ନେଇଥିଲେ ।

   Related Posts