Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଚାଲିଲାନି ବାଙ୍ଗାଲୋର ବ୍ୟାଟସମ୍ୟାନଙ୍କ ବ୍ୟାଟ୍, ୫୯ ରନରେ ଜିତିଲା ଦିଲ୍ଲୀ, ପଏଣ୍ଟ ତାଲିକାର ଶୀର୍ଷରେ ପହଁଚିଲା

5/10/2020 at 11:44 PM

ଦୁବାଇ ୦୫।୧୦: ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଦିଲ୍ଲୀ ବିଜୟଲାଭ କରିଛି । ବାଙ୍ଗାଲୋର ୧୯୭ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବା ବେଳେ ୫୯ ରନ୍ ପଛରେ ରହିଯାଇଥିଲା । ଦିଲ୍ଲୀ ଏହି ମ୍ୟାଚ୍ ଜିତି ପଏଁଣ୍ଟ ତାଲିକାର ଶୀର୍ଷରେ ପହଁଚିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଦୁଇ ଓପନର ପୃଥ୍ଵୀ ସ ଓ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ୬.୪ ଓଭରରୁ ପ୍ରଥମ ଓ୍ଵିକେଟ୍ ପାଇଁ ୬୮ ରନ ଯୋଡିଥିଲେ। ପୃଥ୍ଵୀ ସ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୩ ବଲରୁ ୫ ଚୌକା ଓ ୨ ଛକା ସହାୟତାରେ ୪୨ ରନ କରି ସିରାଜ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ପରେ ଶିଖର ଧାଓ୍ଵନ୩୨ ରନ କରି ବିଦାୟ ନେଇଥିଲେ। ଚମତ୍କାର ଫର୍ମରେ ଥିବା ଅଧିନାୟକ ଶ୍ରେୟସ ଆୟର ଆଜି ବିଫଳ ହୋଇ ମାତ୍ର ୧୧ ରନ କରି ପାଭିଲିୟନ ଫେରିଥିଲେ।

୯୦ ରନରେ ୩ ଓ୍ଵିକେଟ୍ ହରାଇବା ପରେ ମାର୍କସ ଷ୍ଟୋଇନିସ ଓ ଋଷଭ ପନ୍ତ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରି ଦଳର ସ୍ଥିତିକୁ ମଜବୁତ କରିଥିଲେ। ବିଶେଷ କରି ମାର୍କସ ଷ୍ଟୋଇନିସ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପନ୍ତ ୨୫ ବଲରୁ ୩ ଚୌକା ଓ ୨ ଛକା ସହାୟତାରେ ୩୭ ରନ କରି ମହମ୍ମଦ ସିରାଜଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଷ୍ଟୋଇନିସ ଓ ପନ୍ତ ଚତୁର୍ଥ ଓ୍ଵିକେଟ୍ରେ ୮୯ ଯୋଡିଥିଲେ। ଷ୍ଟୋଇନିସ୍ ୨୪ ବଲରୁ ଆଇପିଏଲରେ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୬ ବଲରୁ ୬ ଚୌକା ୨ ଛକା ଜରିଆରେ ୫୩ ରନର ଅପରାଜିତ ଇନିଂସ ଖେଳିଥିଲେ। ହେଟମାୟର ୧୧ ରନ କରି ଅପରାଜିତ ଥିଲେ। ଷ୍ଟୋଇନିସଙ୍କ ଅର୍ଦ୍ଧଶତକୀୟ ଇନିଂସ ବଲରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୬ ରନ କରିଛି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ମହମ୍ମଦ ସିରାଜ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଇସୁରୁ ଉଦାନା ଓ ମୋଇନ ଅଲ୍ଲୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।


ତେବେ ବାଙ୍ଗାଲୋର ଆରମ୍ଭରୁ ଝଟକା ଖାଇଥିଲା । ତେବେ ବିରାଟ କୋହଲି ଓ ଏବି ଡିଭିଲର୍ସ ସ୍ଥିତିକୁ ସମ୍ଭାଳିଥିଲେ । କିନ୍ତୁ ଡିଭିଲର୍ସ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଦଳ ଲଗାତାର ଆଉ ୨ଟି ଓ୍ୱିକେଟ୍ ହରାଇଥିଲା । କୋହଲି ସଙ୍ଘର୍ଷ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍ ହରାଇ ୧୩୭ ରନରେ ଅଟକି ଯାଇଥିଲା । କୋହଲି ୪୩ ରନ୍ କରିଥିବା ବେଳେ ଆରୋନ ଫିଞ୍ଚ ୧୩ ରନ୍ ଓ ଓ୍ୱାଶିଂଟନ ସୁନ୍ଦର ୧୭ ରନ୍ କରିଥିଲେ । ଦିଲ୍ଲୀ ପକ୍ଷରୁ କାଗିସୋ ରାବଡା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିଲେ

   Related Posts