Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ମହିଳା ପ୍ରଦର୍ଶନକାରୀଙ୍କ ପ୍ରତି ଦୁର୍ବ୍ୟବହାର ମାମଲାରେ ପୋଲିସକୁ ନୋଟିସ୍ କଲେ ଦିଲ୍ଲୀ ମହିଳା ଆୟୋଗ

30/11/2019 at 8:23 PM

ନୂଆଦିଲ୍ଲୀ ୩୦।୧୧ : ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଶନିବାର ସଂସଦ ଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରୁଥିବା ଏକାକୀ ମହିଳା ପ୍ରଦର୍ଶନକାରୀଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଘଟଣାକୁ ଦିଲ୍ଲୀ ମହିଳା କମିଶନ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏ ନେଇ କମିଶନ ପୋଲିସକୁ ନୋଟିସ ଜାରି କରିଥିବା ଜଣାପଡିଛି। ଏ ନେଇ ଆୟୋଗ ଦେଇଥିବା ସୂଚନାରେ ଅନୁ ଦୁବେ ନାମ୍ନୀ ଏହି ପ୍ରଦର୍ଶନକାରୀ ଦିଲ୍ଲୀ ସଂସଦ ମାର୍ଗ ଥାନା ପୋଲିସ ବିରୋଧରେ ଦୁର୍ବ୍ୟବହାର, ହଇରାଣ କରିବା ଓ ହିଂସାର ଅଭିଯୋଗ ଆଣିଛନ୍ତି।

ଏ ନେଇ ପୀଡିତା ନିଜେ ସଂସଦ ମାର୍ଗ ଥାନାରେ ମଧ୍ୟ ଲିଖିତ ଏତଲା କରିଛନ୍ତି। ମାମଲାରେ ଦିଲ୍ଲୀ ମହିଳା କମିଶନ ନୂଆଦିଲ୍ଲୀ ଡିସିପିଙ୍କୁ ନୋଟିସ ଜାରି କରି ଡିସେମ୍ବର ୪ ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି। ସେହିପରି ନୋଟିସରେ ପ୍ରଦର୍ଶନକାରୀଙ୍କ ପ୍ରତି ମାରପିଟ କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ ହୋଇଛି କି ନା ସେ ନେଇ କମିଶନ ବିସ୍ତୃତ ସୂଚନା ସହ ଏଫଆଇର କପି  ମାଗିଛନ୍ତି।

ଆୟୋଗ ଏହା ମଧ୍ୟ ପଚାରିଛନ୍ତି ଯେ ଯଦି ପ୍ରଦର୍ଶନ କାରୀ ଏକାକୀ ନିରବ ପ୍ରଦର୍ଶନ କରୁଥିସେ ତେବେ ସେଠାରୁ ତାଙ୍କୁ ହଟାଇବାର କଣ ଆବଶ୍ୟକତା ଥିଲା। ସେହିପରି ଯେଉଁ ପୋଲିସ କର୍ମଚାରୀମାନେ ତାଙ୍କ ପ୍ରତି ଦୁର୍ବବ୍ୟହାର କରିଛନ୍ତି ସେମାନଙ୍କ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମଧ୍ୟ ତଲବ କରିଛନ୍ତି।

ଦୁବେଙ୍କ ସୂଚନା ଅନୁସାରେ ହାଇଦ୍ରାବାଦ ଘଟଣାରେ ବ୍ୟଥିତ ହୋଇ ସେ ସଂସଦ ଭବନ ସମ୍ମୁଖରେ  ଏକାକୀ ପ୍ଲାକାର୍ଡ ଧରି ନୀରବ ପ୍ରଦର୍ଶନ କରୁଥିଲେ  ପୋଲିସ ତାଙ୍କୁ ସେଠାରୁ ସଂସଦ ମାର୍ଗ ଥାନାକୁ ନେଇଯାଇଥିବା ବେଳେ ସେଠାରେ ପଡିଥିବା ଏକ ଖଟ ଉପରକୁ ତାଙ୍କୁ ଧକ୍କା ଦିଆଯାଇଥିଲା। ସେଠାରେ ହେଡ କନଷ୍ଟେବଲ ଙ୍କ ସମେତ ୩ଜଣ  ତାଙ୍କ ଉପରେ ବସିଥିଲେ ଓ ପରେ ତାଙ୍କୁ ମାରପିଟ କରିଥିଲେ। ତାଙ୍କ ଶରୀରରେ ମାଡ ଦାଗ ପଡିଥିବା ଜଖମରୁ ରକ୍ତ ବି ବାହାରୁଥିବା ଦେଖାଯାଇଛି ବୋଲି ନୋଟିସରେ ଉଲ୍ଲେଖ କରିଛନ୍ତି ।

   Related Posts