ଦିଲ୍ଲୀରେ ଭାଙ୍ଗିଲା ୧୦ ବର୍ଷର ରେକର୍ଡ, ୫ ଡିଗ୍ରୀ ସେଲସିୟସରୁ ବି କମ୍ ହେଲା ତାପମାତ୍ରା

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ,୧୮/୧୨:   ଦେଶର ରାଜଧାନୀ ଦିଲ୍ଲୀରେ ଗୁରୁବାର ରାତିରେ ଶୀତ ସମସ୍ତ ରେକର୍ଡ ଭାଙ୍ଗିଛି । ଏଠାରେ ସର୍ବାଧିକ ତାପମାତ୍ରା ୧୫.୨ ଡିଗ୍ରୀ ରହିଛି । ଏହା ହେଉଛି ଏବେସୁଦ୍ଧା ସବୁଠାରୁ କମ୍ ତାପମାତ୍ରା । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇ କହିଛି ଯେ, ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଲେ ହିଁ ଶୀତଦିନ ବୋଲି କୁହାଯାଏ ଓ ସର୍ବାଧିକ ତାପମାତ୍ରା ସାମାନ୍ୟଠୁ ୪.୪ ଡିଗ୍ରୀ କମ୍ ରହିଥାଏ । ତାପମାତ୍ରା ଖସିବା ସହ ଗୁରୁବାର ଶୀତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ଏହାପୂର୍ବରୁ ୨୦୧୧ ଡିସେମ୍ବର ୧୧ରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ଥିଲା । ଗୁରୁବାର ଦିଲ୍ଲୀରେ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସି ଆସିଥିଲା ।

ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଆୟାନଗର ଓ ରିଜ୍ ମୌସମ ଷ୍ଟେସନରେ ତାପମାତ୍ରା ୩.୮ ଡିଗ୍ରୀ ହୋଇଯାଇଥିଲା । ପଶ୍ଚିମ ହିମାଳୟରୁ ପ୍ରବାହିତ ଥଣ୍ଡାପବନ ପାଇଁ ଦିଲ୍ଲୀରେ ଶୀତ ବଢିଥିବା ପାଣିପାଗ ବିଭାଗ କହିଛି ।

ଗୁରୁବାର ଏଠାରେ ପବନର ବେଗ ବୃଦ୍ଧି ପାଇଥିଲା । ଗତ ୨୪ ଘଣ୍ଟାରେ ଘଣ୍ଟା ପ୍ରତି ୧୮ କିମି ବେଗରେ କାଲୁଆ ପବନ ବୋହୁଥିଲା । ଏହାମଧ୍ୟ ତାପମାତ୍ରା ହ୍ରାସର ଆଉ ଏକ କାରଣ ଅଟେ । କୁହାଯାଉଛି ଯେ ଆସନ୍ତା ୭ଦିନ ଯାଏଁ ଏପରି ସ୍ଥିତି ଲାଗି ରହିବ ।  

ଶୁକ୍ରବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ଥଣ୍ତା ପବନ ପ୍ରବାହିତ ହେବ । ଏହାସହ ଶୀତର ପ୍ରକୋପ ମଧ୍ୟ ବୃଦ୍ଧି ପାଇବ । ଗତବର୍ଷ ଡିସେମ୍ବର ୨୮ ତାରିଖରେ ଏଠାରେ ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ ଥିଲା । ୨୦୧୩ ଡିସେମ୍ବର ୨୩ ତାରିଖରେ ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ ଥିଲା । ଏହାସହ ୨୦୧୪ ଓ ୨୦୧୮ ଡିସେମ୍ବରରେ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ତଳେ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.