ଚେରାପୁଞ୍ଜି ପାଲଟିଲା ରାଜଧାନୀ ଦିଲ୍ଲୀ: ଆସନ୍ତାକାଲି ଠାରୁ ଆହୁରି ୫ ଡିଗ୍ରୀ ଖସିବ ପାରଦ
6/01/2021 at 11:49 AM

ନୂଆଦିଲ୍ଲୀ ୦୬/୦୧ : ଦେଶର ରାଜଧାନୀ ନୂଆଦିଲ୍ଲୀରେ ଲଗାତାର ୪ ଦିନ ହେଲା ବର୍ଷା ଜାରି ରହିଛି। ବୁଧବାର ସକାଳୁ ଦିଲ୍ଲୀର ଅନେକ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଅନେକ ସ୍ଥାନରେ କଳା ବାଦଲ ଢାଙ୍କି ରହିଛି। ପାଣିପନଗ ବିଭାଗ କହିଛି ଯେ ଗୁରୁବାରରୁ ରାଜଧାନୀର ତାପମାତ୍ରା ଆହୁରି ଖସିବ। ଫଳରେ ସହରରେ ଶୀତର ପ୍ରକୋପ ଆହୁରି ବଢିବ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଜାନୁଆରୀ ୭ତାରିଖରେ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିପରେ। ବୁଧବାର ଦିନ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଛି। ଗୁରୁବାର ଦିନ ତାପମାତ୍ରା ୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ସକାଳୁ ସହରରେ ଘନ କୁହୁଡି ଦେଖାଦେବ। ତାଛଡା ବାଦଲ ମଧ୍ୟ ଢାଙ୍କି ରହିବ।

ମଙ୍ଗଳବାର ଦିନ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇଥିଲା ଏବଂ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ସଫଦରଗଞ୍ଜରେ ସୋମବାର ସକାଳ ସାଢେ ୮ଟାରୁ ମଙ୍ଗଳବାର ସକାଳ ସାଢେ ୮ଟା ମଧ୍ୟରେ ୪.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପାଲମ, ଲୋଧି ରୋଡ଼, ଆୟା ନଗର ଓ ରିଜ କ୍ଷେତ୍ରରେ କ୍ରମଶଃ ୧୨ ମିଲିମିଟର, ୪.୮ ମିଲିମିଟର ଓ ୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବର୍ଷା ଓ ବଦଳ ଯୋଗୁଁ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ରହିଥିଲା।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଦିଲ୍ଲୀରେ କିଛି ସ୍ଥାନରେ ହାଲୁକା ବର୍ଷା ତ କେଉଁଠି ମାଧ୍ୟମ ବର୍ଷା ହୋଇପାରେ। ରାଜଧାନୀର କିଛି ସ୍ଥାନରେ କରାପଥର ବର୍ଷା ହେବାର ସମ୍ଭାବନା ମଧ୍ୟ ଥିଲା। ବର୍ଷା ଯୋଗୁଁ ଶୀତ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା। ଶୁକ୍ରବାର ଦିନ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରୀରେ ପହଞ୍ଚିଥିଲା। ଗତ ୧୫ ବର୍ଷ ମଧ୍ୟରେ ଏହା ସବୁଠାରୁ କମ ତାପମାତ୍ରା ରେକର୍ଡ କରାଯାଇଥିଲା। ଘନ କୁହୁଡି ଯୋଗୁଁ ରାସ୍ତାଘାଟ ମଧ୍ୟ ଦୃଶ୍ୟମାନ ହେଉନଥିଲା।