ଦିଲ୍ଲୀ ସରକାର ଏବଂ କେନ୍ଦ୍ର ମଧ୍ୟରେ ଟଣା ଓଟରା ; ଲକ୍ଷ୍ମଣରେଖା ଟାଣିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | February 14, 2019 IST

ନୂଆଦିଲ୍ଲୀ ୧୪|୨: ଦିଲ୍ଲୀ ସରକାର ଏବଂ କେନ୍ଦ୍ର ମଧ୍ୟରେ ଚାଲିଥିବା ଟଣା ଓଟରା ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛନ୍ତି ସୁପ୍ରିମକୋର୍ଟ। ଏହା ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ ଓ ଦାୟିତ୍ବ ଦିଲ୍ଲୀ ସରକାରଙ୍କ ପାଖରେ ରହିବ ଏବଂ କିଛି କେନ୍ଦ୍ର ସରକାର ହିଁ ତୁଲାଇବେ। ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଏବଂ ବଦଳି ଦିଲ୍ଲୀ ସରକାର ବୁଝିବେ, ତେବେ ଦୁର୍ନୀତି ବିରୋଧୀ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଦାୟିତ୍ବରେ ରହିବ।

ସେହିପରି ଇଲେକ୍ଟ୍ରିସିଟି, କୃଷକଙ୍କୁ ସହାୟତା ଏବଂ ରାଜସ୍ବ ଦିଲ୍ଲୀ ସରକାରଙ୍କ ଅଧୀନରେ ରହିଛି। ଯେଉଁ କିଛି ପ୍ରସଙ୍ଗରେ ଅସହମତି ରହିଛି ସେସବୁକୁ ତିନି ଜଣିଆ ବେଞ୍ଚରେ ବିଚାର ପାଇଁ ପଠାଇଛନ୍ତି କୋର୍ଟ। ରାୟ ପ୍ରକାଶ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଆଇନଗତ ଲଢ଼େଇ ଜାରି ରଖିବେ। ସେପଟେ ବିଜେପି ପାଟଲା ଅଭିଯୋଗ କରିଛି ଯେ କେଜ୍ରିୱାଲ କେବଳ ଅରାଜକତା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.