Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ସରେଣ୍ଡର ଲାଗି ଆସିଥିଲା, ପାର୍କିଂରୁ ଗିରଫ ହେଲା ଦିଲ୍ଲୀ ହିଂସା ଅଭିଯୁକ୍ତ ତାହିର ହୁସେନ

5/03/2020 at 3:37 PM

ନୂଆଦିଲ୍ଲୀ ୫।୩ : ଦିଲ୍ଲୀ ହିଂସାରେ ସମ୍ପୃକ୍ତ ଆମଆଦମୀ ପାର୍ଟି କର୍ପୋରେଟର ତାହିର ହୁସେନର ଆତ୍ମସମର୍ପଣ ଉଦ୍ୟମ ଭଣ୍ଡୁର ହୋଇଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କୁ ଗିରଫ କରିଛି। ତାହିର ରାଉଜ ଏଭେନ୍ୟୁ କୋର୍ଟରେ ସରେଣ୍ଡର ଲାଗି ଆବେଦନ କରିଥିଲା । ତେବେ ଏହା କୋର୍ଟଙ୍କ ଅଧିକାର କ୍ଷେତ୍ର ଅନ୍ତର୍ଗତ ନୁହେଁ ବୋଲି କହିଥିଲେ। ତେବେ ତାହିର କିଛି ଅନ୍ୟ ପଦକ୍ଷେପ ନେବା ପୂର୍ବରୁ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ହାତରେ ପଡିଯାଇଥିଲା।

ତାହିର ପକ୍ଷରୁ ଓକିଲ ଏ ନେଇ କିଛି ଆଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ ନଚେତ ଆବେଦନକୁ ଅନ୍ୟ କୋର୍ଟକୁ ଟ୍ରାନ୍ସଫର କରିବାକୁ ନିବେଦନ କରିଥିଲେ। ତେବେ କୋର୍ଟ ଓକିଲଙ୍କ କୌଣସି କଥାରେ ରାଜି ହୋଇନଥିଲେ। ଏଣୁ ଓକିଲ ସହିତ ତାହିର କୋର୍ଟରୁ ଫେରୁଥିବା ବେଳେ ପାର୍କିଂ ଅଞ୍ଚଳରେ ଜଗି ରହିଥିବା କ୍ରାଇମବ୍ରାଞ୍ଚ ପୋଲିସ ତାକୁ ମାଡିବସି କାବୁ କରିନେଇଥିଲା।

ଗଣମାଧ୍ୟମ ଆଗକୁ ଆସି ଫଶିଗଲା ତାହିର
ଫେରାର ତାହିର କୋର୍ଟରେ ଆତ୍ମସମର୍ପଣ କରିବ ବୋଲି ପୋଲିସକୁ ସୂଚନା ନଥିଲା। ତେବେ କୋର୍ଟ ପରିସରରେ ତାହିର ଗଣମାଧ୍ୟମକୁ ସାକ୍ଷାତକାର ଦେବା ତା ଗିରଫଦାରୀର କାରଣ ହେଲା। ଅଚାନକ ରାଜଧାନୀର ଟେଲିଭିଜନ ଚାନେଲରେ ତାହିର ହୁସେନର ସାକ୍ଷାତକାର ପ୍ରସାରିତ ହୋଇଥିଲା। ଫଳରେ ପୋଲିସରେ ହଲଚଲ ହୋଇଥିଲା। ଅଞ୍ଚଳ ରାଉଜ ଏଭିନ୍ୟୁ ଜଣାପଡିବାମାତ୍ରେ ପୋଲିସ ନିଜର ପ୍ରସ୍ତୁତି କରିନେଇଥିଲା। ତାହିର ବରୋଧରେ ଦିଲ୍ଲୀ ହିଂସା ସମ୍ପର୍କିତ ୩ ଏତଲା ରୁଜୁ ହୋଇଛି। ଏଥିରେ ଏକ ହତ୍ୟା ମାମଲା ବି ରହିଛି। ତେବେ ତାହିର ତା ବିରୋଧରେ ହତ୍ୟା ମାମଲା ଥିବା ଜାଣିବା ପରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା।

   Related Posts