Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

୩ବର୍ଷର ଶିଶୁକୁ ଅପହରଣ କରିଥିଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରୀ ; ସାନ ଭାଇ ସହ ଛାତ୍ରୀକୁ ଗିରଫ କଲା ପୋଲିସ

13/10/2018 at 3:33 PM

ନୂଆଦିଲ୍ଲୀ ୧୩|୧୦: ୩ବର୍ଷର ଶିଶୁକୁ ଅପହରଣ କରିବା ମାମଲାରେ ଦକ୍ଷିଣ-ପଶ୍ଚିମ ଜିଲ୍ଲା ବସନ୍ତକୁଞ୍ଜ ପୋଲିସ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ତାଙ୍କ ସାନ ଭାଇକୁ ଗିରଫ କରିଛି ।

ସୂଚନା ଅନୁସାରେ ଗତ ୧୧ତାରିଖରେ ଦିଲ୍ଲୀ ଘିଟୋରନି ଅଞ୍ଚଳରୁ ୩ବର୍ଷର ଶିଶୁଟି ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପରେ ଘର ଲୋକ ଜାଣିବାକୁ ପାଇଥିଲେ ଯେ ଶିଶୁଟିକୁ କେହି ଅପହରଣ କରିନେଇଛି । ଏ ନେଇ ସେମାନେ ପୋଲିସ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।

ସଂପୃକ୍ତ ଯୁବତୀ ଜଣଙ୍କ ଘର ଘିଟୋରନି ଅଞ୍ଚଳରେ । ଯୁବତୀ ଜଣଙ୍କ ନିଜ ସାନ ଭାଇ ସହ ମିଶି ତାଙ୍କ ଘର ମାଲିକଙ୍କ ୩ବର୍ଷର ଶିଶୁଟିକୁ ଅପହରଣ କରିଥିଲେ । ନିଜ ଘର ପାଖରେ ଆଉ ଏକ ଘର ଭଡାରେ ନେଇଥିଲେ । ସେହି ଘରେ ଅପହରଣ କରିଥିବା ଶିଶୁଟିକୁ ସେମାନେ ରଖିଥିଲେ । ଶିଶୁଟିର ମୁଣ୍ଡଜାମିନ ବଦଳରେ ୫କୋଟି ଟଙ୍କା ତାଙ୍କ ବାପାଙ୍କୁ ମାଗିଥିଲେ ଉଭୟ ଭାଇ ଭଉଣୀ । ନିଜ ପରିଚୟ ଲୁଚାଇବା ପାଇଁ ଉଭୟ ଶିଶୁଟିର ବାପାଙ୍କ ସହ ହ୍ବାଟସ ଆପ୍ ରେ ଯୋଗାଯୋଗ କରୁଥିଲେ । ମାତ୍ର ଅପହରଣ କରିବାର ୨୪ଘଣ୍ଟା ପରେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି । ସଂପୃକ୍ତ ଯୁବତୀଙ୍କ ସହ ତାଙ୍କ ଭାଇଙ୍କୁ ଗିରଫ କରିଛି । ଉଭୟ ଅଗଷ୍ଟ ମାସରେ ଅପହରଣ କରିବା ନେଇ ଯୋଜନା ପ୍ରସ୍ତୁତ କରିଥିଲେ ବୋଲି କହିଛନ୍ତି ।

   Related Posts