Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ରାଜଧାନୀରେ ଘନ କୁହୁଡି, ଜାରି ରହିଛି ଶୀତ ଲହରୀ: ବିଳମ୍ବରେ ଚାଲିଛି ୨୫ ଟ୍ରେନ୍

16/01/2021 at 1:34 PM

ନୂଆଦିଲ୍ଲୀ ୧୬/୦୧ : ଦେଶର ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଶନିବାର ସକାଳୁ ଘନ କୁହୁଡି ଛାଇ ରହିଛି। ଘନ କୁହୁଡି ଲାଗି କିଛି ଦୃଶ୍ୟମାନ ହେଉନଥିଲା। ମାତ୍ର କିଛି ପାଦ ଦୂର ବି ସ୍ପଷ୍ଟ ଦେଖାଯାଉନଥିଲା। ଯାହାଫଳରେ ରାସ୍ତାରେ ଗାଡିମଟର ରଙ୍ଗିଲା ଭଳି ଚାଲୁଥିଲା। ଘନ କୁହୁଡି ଯୋଗୁଁ ୨୫ଟି ଟ୍ରେନ ବିଳମ୍ବରେ ଚାଲିଛି। ଏହିସବୁ ଟ୍ରେନ ଦିଲ୍ଲୀ ଆଖପାଖ ଅଞ୍ଚଳର। କୁହୁଡି ଯୋଗୁଁ ଶୀତ ମଧ୍ୟ ବଢିଛି। ଭୀଷଣ ଶୀତ ଯୋଗୁଁ ଲୋକଙ୍କ ଘରୁ ବାହାରିବା ମୁସକିଲ ହୋଇଯାଇଛି।

ରାଜଧାନୀ ଦିଲ୍ଲୀରେ ଶୀତର ପ୍ରକୋପ କମିବାର ନା ନେଉନାହିଁ। ଲଗାତାର କିଛି ଦିନ ହେଲା ଶୀତଲହରୀ ଜାରି ରହିଛି। ଶୁକ୍ରବାର ଦିନ ମଧ୍ୟ ଦିଲ୍ଲୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା।

ଦିଲ୍ଲୀର ବ୍ୟସ୍ତବହୁଳ ଅଞ୍ଚଳ ଆନନ୍ଦ ବିହାର ଅଞ୍ଚଳରେ ମଧ୍ୟ ସକାଳୁ ସକାଳୁ ଘନ କୁହୁଡି ବାଦଲ ଛାଇ ରହିଥିଲା। ଦୃଶ୍ୟମାନତା ପାଖାପାଖି ଶୂନ ହୋଇଯାଇଥିଲା। ଫଳରେ ରାସ୍ତାରେ ଗାଡି ଚଳାଇବାରେ ଲୋକଙ୍କୁ ବହୁତ ସମସ୍ୟା ହୋଇଥିଲା।

ଅପରପକ୍ଷରେ ସିଂଘୁ ସୀମାରେ ମଧ୍ୟ ଘନ କୁହୁଡିର ବାଦଲ ଛାଇ ରହିଥିଲା। ପାଖାପାଖି ଦୁଇ ମାସ ହେଲା କୃଷକ ଏଠାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ନୂଆ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଜାରି ରହିଛି। ଭୀଷଣ ଶୀତ ଯୋଗୁଁ କୃଷକ ନିଜ ନିଜ ତମ୍ବୁ ଭିତରେ ପଶି ରହିଥିଲେ।  

ଘନ କୁହୁଡି ଯୋଗୁଁ ଯାତାୟାତ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଦିଲ୍ଲୀରେ ପୁଣିଥରେ ଭୀଷଣ ଥଣ୍ଡା ଏବଂ କୁହୁଡି ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଉଛି।

   Related Posts