ଫଗୁଣ ଆସିନି, ଦିଲ୍ଲୀର ହେଲାଣି ଗ୍ରୀଷ୍ମର ଅନୁଭବ, ୧୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି

Published By : Prameya-News7 Bureau | February 24, 2021 IST

ନୂଆଦିଲ୍ଲୀ ୨୪।୨: ମାଘ ମାସ ସରିନି, ଆଗକୁ ଫଗୁଣ ହେଲେ ଏବେଠୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମର ଅନୁଭବ ହେଲାଣି। ବୁଧବାର ଦିଲ୍ଲୀରେ ଦିନର ସର୍ବାଧିକ ତାପମାତ୍ରା ୩୨.୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ୧୨ ବର୍ଷରେ ପ୍ରଥମ ଥର ଫେବୃଆରୀ ୨୪ରେ ଏନସିଆରର ତାପମାତ୍ରା ଏତେ ବୃଦ୍ଧି ପାଇଛି। ଯାହା ଗୁରୁବାର ମଧ୍ୟ ଆହୁରି ୦.୫ ଡିଗ୍ରି ଅଧିକ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।

{"id":414272,"sizeSlug":"large","linkDestination":"none"}

ଦିଲ୍ଲୀରେ ବୁଧବାର ସକାଳ କୁହୁଡି ଆଛାଦିତ ଥିଲା। ଏଣୁ ପବନରେ ଆର୍ଦ୍ଦତା ସ୍ତର ୧୦୦ ପ୍ରତିଶତ ଥିଲା। ହେଲେ ସମୟ ବଢିବା ସହ କୁହୁଡି ହ୍ରାସ ସାଙ୍ଗକୁ ତାପମାତ୍ରା ବଢିବାରେ ଲାଗିଥିଲା। ସେହିପରି ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ବୃଦ୍ଧି ହୋଇଥିବା ଜଣାପଡିଛି। ଦିଲ୍ଲୀରେ ବୁଧବାର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ସେଲସିୟସ ବୋଲି ପାଣିପାଗ ବିଭାଗ କହିଛନ୍ତି।

{"id":414273,"sizeSlug":"large","linkDestination":"none"}

ପାଣିପାଗ ବିଭାଗଙ୍କ ଅନୁସାରେ ଗୁରୁବାର ମଧ୍ୟ ରାଜଧାନୀରେ ସକାଳ କୁହୁଡିରେ ଆସିବ। ତେବେ ଦିନବେଳା ଆକାଶ ସଫା ରହିବା ସହ ତାପମାତ୍ରା ବଢିବ। ଗୁରୁବାର ରାଷ୍ଟ୍ରୀୟ ରାଜଧାନୀରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ସେଲସିୟସକୁ ପହଞ୍ଚିପାରେ। ତେବେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ସେଲସିୟସ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.