Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଦିଲ୍ଲୀ ଦଙ୍ଗା: ଜାମିଆର ପିଏଚଡି ଛାତ୍ରକୁ ଗିରଫ କଲା ସ୍ପେଶାଲ ସେଲ୍‌, ରଚିଥିଲା ଷଡଯନ୍ତ୍ର

2/04/2020 at 10:33 PM

ନୂଆଦିଲ୍ଲୀ, ୦୨।୦୪: ନିକଟରେ ସିଏଏ ଓ ଏନଆରସିକୁ ବିରୋଧ କରି ଦିଲ୍ଲୀରେ ଘଟିଥିବା ଦଙ୍ଗାକୁ ନେଇ ଯାଞ୍ଚ କରୁଥିବା  ସ୍ପେଶାଲ ସେଲ୍ ଜାମିଆର ଏକ ଛାତ୍ରକୁ ଗିରଫ  କରିଛି। ଛାତ୍ରର ନାମ ମିରାନ ହାଇଦର। ସେ ଜାମିଆରେ  ପିଏଚଡି କରୁଛି। ସେ ବିହାରର ସିବାନାର ବାସିନ୍ଦା। ପୋଲିସ୍ ଅନୁଯାୟୀ ମିରାନ ବିରୋଧରେ ଦଙ୍ଗା ପାଇଁ ଷଡଯନ୍ତ୍ର ରଚିଥିବାର ସାକ୍ଷ୍ୟ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି ।

ରାଜଧାନୀରେ ହୋଇଥିବା ଦଙ୍ଗାକୁ ନେଇ କ୍ରାଇମ ବ୍ରାଞ୍ଚ ମାମଲା ରୁଜୁ କରିଥିଲା । ଏହା ପରେ ତଦନ୍ତ ଭାର ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାରେ ସ୍ପେଶାଲ୍ ସେଲ୍ ଛାନଭିନ୍ କରି ଜାମିଆରେ ପିଏଚଡି କରୁଥିବା ଛାତ୍ର ମିରାନର ସଂଶ୍ଳିଷ୍ଟତା ନେଇ ସୁରାଗ ପାଇଥିଲା। ଏହା ପରେ  ବୁଧବାର ପଚରା ଉଚୁରା ପାଇଁ ଡକାଇଥିଲା। ନୋଟିସ୍ ମିଳିବା ପରେ ମିରାନ ଲୋଧୀ କଲୋନୀ ସ୍ଥିତ ସ୍ପେଶାଲ ସେଲ୍‌ ଦପ୍ତର ପହଁଚିଥିଲା । ଜେରା ପରେ ପୋଲିସ୍ ତାଙ୍କୁ ଗିରଫ କରିଛି ।

ଗିରଫଦାରୀ ନେଇ  ଛାତ୍ର ଅସନ୍ତୁଷ୍ଟ

ମିରାନ ହାଇଦରର ଗିରଫଦାରୀକୁ ନେଇ ଛାତ୍ର ଗୋଷ୍ଠୀ ଅସନ୍ତୁଷ୍ଟ ପ୍ରକାଶ କରିଛି । ସେମାନେ ଆରୋପ ଲଗାଇଛନ୍ତି ଯେ, ଯେବେ ଦେଶରେ କରୋନା ସଙ୍କଟ ଲାଗି ରହିଛି ସେହି ସମୟରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଛାତ୍ରଙ୍କୁ ହଇରାଣ କରୁଛନ୍ତି । ତାଙ୍କୁ ମିଥ୍ୟା ମାମଲାରେ ଫସା ଯାଇଛି । ମିରାନକୁ ଛାଡି ଦେବାକୁ ସେମାନେ ଦାବି କରିଛନ୍ତି ।

   Related Posts