ଦିଲ୍ଲୀ ଗାର୍ଲସ ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ: ୬ ଯୁବତୀ ବେହୋସ୍ ,୫୦ଉଦ୍ଧାର

Published By : Prameya-News7 Bureau | May 29, 2019 IST

ନୂଆଦିଲ୍ଲୀ ୨୯/୫: ଦିଲ୍ଲୀର ଜନକପୁରୀର ଏକ ଗାର୍ଲସ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ୬ଜଣ ଝିଅ ବେହୋସ୍ ହୋଇଯାଇଛନ୍ତି। ୫୦ଜଣ ଝିଅଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରି ଦିଆଯାଇଛି। ସୂଚନା ଅନୁଯାୟୀ ଜଣେ ଝିଅ ନିଜ ଜୀବନ ବଞ୍ଚାଇବାକୁ ଯାଇ ଏକ ମହଲା ଛାତରୁ ଡେଇଁଛନ୍ତି।

ଜନକପୁରୀର କାବେରୀ ହଷ୍ଟେଲର ବେସମେଣ୍ଟର ଇଲେକ୍ଟ୍ରିକ୍ ପ୍ୟାନେଲରେ ପାଖାପାଖି ୩ଟା ବେଳେ ନିଆଁ ଲାଗିଯାଇଥିଲା। ନିଆଁ ଧୀରେ ଧୀରେ ଗ୍ରାଉଣ୍ଡ ଫ୍ଲୋର୍ ଯାଏଁ ବ୍ୟାପି ଯାଇଥିଲା ଯେଉଁଠାରେ ଝିଅମାନେ ଶୋଇଥିଲେ। ହୁତୁହୁତୁ ନିଆଁ ଜଳୁଥିବା ଦେଖି ଝିଅମାନେ ଚିତ୍କାର କରିଥିଲେ। ଅଗ୍ନିକାଣ୍ଡର ସୂଚନା ପାଇ ପ୍ରଶାସନ ଏବଂ ଦମକଳ କର୍ମୀ ଘଟଣାସ୍ଥଳକୁ ପହଞ୍ଚି ଯାଇଥିଲେ ଏବଂ ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ବର୍ତ୍ତମାନ ୬ଜଣ ଝିଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ସୁରତର ଏକ କୋଚିଂ ସେଣ୍ଟରରେ ନିଆଁର ତାଣ୍ଡବ ଦେଖିବାକୁ ମିଳିଥିଲା। କୋଚିଂ ସେଣ୍ଟରରେ ନିଆଁ ପୋଡ଼ି ହୋଇ ୨୨ଜଣ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଥିଲେ। ଏଥିରେ ଅନେକ ଛାତ୍ରଛାତ୍ରୀ ଗୁରୁତର ଭାବେ ପୋଡ଼ିଯାଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":117185,"width":594,"height":272}

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.