Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ସିଗନେଚର ବ୍ରିଜରୁ ପଡି ଦୁଇ ଯୁବକ ମୃତ : ସେଲଫି ନା ଦ୍ରୁତ ଗାଡି ଚାଳନା ?

23/11/2018 at 1:01 PM

ଦିଲ୍ଲୀ ୨୩/୧୧ : ନିକଟରେ ଉଦଘାଟିତ ହୋଇଥିଲା ଦିଲ୍ଲୀର ସର୍ବ ବୃହତ ସିଗନେଚର ବ୍ରିଜ | ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ଏହି ବ୍ରିଜର ଉଦ୍ଘାଟନ କରିଥିଲେ | ତେବେ ଏହି ବ୍ରିଜକୁ ମଧ୍ୟ ସେଲଫି ପଏଣ୍ଟ ଭାବେ ପରିଗଣିତ କରାଯାଇଥିଲା | ତେବେ ବ୍ରିଜରେ ଆଜି ସକାଳୁ ଦୁର୍ଘଟଣା ଘଟିଛି | ବ୍ରିଜ ଉପରେ ଛିଡା ହୋଇ ସେଲଫି ନେବାବେଳେ ଦୁଇଜଣ ଯୁବକ ତଳେ ପଡିଯାଇଥିଲେ | ତଳେ ପଡିଯିବାରୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି | ତେବେ ବ୍ରିଜ ଉପରେ ଉପସ୍ଥିତ କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ, ସେଲଫି ନେବାବେଳେ ନୁହେଁ ବରଂ ଉଭୟ ଯୁବକ ଦ୍ରୁତ ଗତିରେ ବାଇକରେ ଯାଉଥିଲା | ବାଇକ ଡିଭାଇଡରକୁ ଧକ୍କା ଦେବା ଫଳରେ ଉଭୟ ବ୍ରିଜରୁ ତଳକୁ ପଡିଯାଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି |

ଏହି ବ୍ରିଜ ଉଦଘାଟନ ହେବ ପରଠୁ ବ୍ରିଜ ଉପରେ ଛିଡା ହୋଇ ସେଲଫି ନେବା ଲୋକଙ୍କ ପାଇଁ ଏକ ସଉକ ହେଇଯାଇଛି | ତେବେ ଲୋକଙ୍କ ଏହି ସଉକ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି |

ପୋଲିସ ସୂଚନା ଅନୁଯାୟୀ, ବାଇକ ବ୍ରିଜକୁ ଧକ୍କା ଦେବା ପରେ ବ୍ରିଜରୁ ତଳେ ପଡିଯାଇଥିଲା | ଉଭୟ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା | ତାଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା | କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମୃତକଙ୍କ ମଧ୍ୟରୁ ଜଣେ ହେଲେ ୨୩ ବର୍ଷ ବୟସ୍କ ଡ.ସତ୍ୟ ବିଜୟ ଶଙ୍କରନ | ତାଙ୍କ ଘର ରାଞ୍ଚିରେ | ସେ ଦିଲ୍ଲୀର ହିନ୍ଦୁ ରାଓ ହସ୍ପିଟାଲରେ ଇନଟର୍ନ କରୁଥିଲେ |

   Related Posts