ନୂଆ ବର୍ଷ ପାଳିବାକୁ ଯାଇ ୮ବର୍ଷର ପୁଅକୁ ଗୁଳି କରି ମାରିଲା ବାପା

Published By : Prameya-News7 Bureau | January 06, 2019 IST

ଉସ୍ମାନପୁର ୬/୧: ପୂର୍ବୋତ୍ତର ଦିଲ୍ଲୀର ଉସ୍ମାନପୁରରେ ଜଣେ ୪୨ବର୍ଷୀୟ ବ୍ୟକ୍ତି ଉତ୍ସବ ମନାଇବାକୁ ଯାଇ ତାର ୮ବର୍ଷର ପୁଅକୁ ହତ୍ୟା କରିଛି। ହସ୍ପିଟାଲରେ ବାଳକର ମୃତ୍ୟୁ ଘଟିଛି। ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତିଙ୍କ ନାଁ ୟାସୀନ।

ଉସ୍ମାନପୁରରେ ଫାୟାରିଙ୍ଗରେ ରେହାନ୍ ନାମକ ବାଳକର ଡାହାଣ ଗାଲରେ ଗୁଳି ବାଜିଥିଲା। ବାଳକଟିକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ବାଳକର ମୃତ୍ୟୁ ହୋଇଥିଲା।

ଯାଞ୍ଚ ପରେ ଜଣା ପଡ଼ିଥିଲା ଯେ ମୃତ ବାଳକର ବାପା ଗୁଳି ଚଳାଇଥିଲା। ପୋଲିସଙ୍କ କହିବା ଅନୁସାରେ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଥିଲା ଏବଂ କହିଥିଲା ସେ ଉତ୍ତରପ୍ରଦେଶର ଲୋନୀରେ ରହୁଥିବା ରବି କଶ୍ୟପଠାରୁ ବନ୍ଧୁକ କିଣିଥିଲା। ସେ ନୂଆ ବର୍ଷ ଉତ୍ସବ ପାଳନ କରିବା ପାଇଁ ପବନରେ ବନ୍ଧୁକ ଚଳାଇଥିଲା କିନ୍ତୁ ଦୁର୍ଘଟଣାବଶତଃ ଗୁଳି ପୁଅକୁ ଲାଗିଥିଲା। ପୋଲିସ୍ କଶ୍ୟପକୁ ମଧ୍ୟ ଗିରଫ କରି ବନ୍ଧୁକକୁ ହେପାଜତକୁ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.