Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଧାଓ୍ଵନ ଓ ଶ୍ରେୟସଙ୍କ ଅର୍ଦ୍ଧଶତକରେ ସମ୍ଭାଳିଲା ଦିଲ୍ଲୀ, ରାଜସ୍ଥାନକୁ ଦେଲା ୧୬୨ ରନର ବିଜୟ ଲକ୍ଷ୍ୟ

14/10/2020 at 9:16 PM

ଦୁବାଇ ୧୪।୧୦: ଶିଖର ଧାଓ୍ଵନ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଶାରଜାରେ ଖେଳାଯାଉଥିବା ଆଇପିଏଲର ୩୦ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୬୨ ରନର ବିଜୟ  ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଶିଖର ଧାଓ୍ଵନଙ୍କ ୫୭ ରନ ଏବଂ ଶ୍ରେୟର ଆୟରଙ୍କ ୫୩ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ୭  ଓ୍ଵିକେଟ୍ ହରାଇ ୧୬୧ ରନ କରିଛି। ପ୍ଲେଅଫ ଦୌଡରେ ତିଷ୍ଠିବାକୁ ହେଲେ ଏହି ମ୍ୟାଚ୍‌ ଜିତିବା ରାଜସ୍ଥାନ ପାଇଁ ଜରୁରୀ। ନଚେତ୍ ଦଳ ପାଇଁ ସ୍ଥିତି ମୁସ୍କିଲ ହୋଇପାରେ। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୩ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଆରମ୍ଭରୁ ଦୁଇଟି ଝଟକା ଲାଗିଥିଲା। ଇନିଂସର ପ୍ରଥମ ବଲରେ ପୃଥ୍ଵୀ ସ(୦)ଙ୍କୁ ବୋଲ୍ଡ କରି  ଜୋଫ୍ରା ଆର୍ଚରଙ୍କୁ ରାଜସ୍ଥାନକୁ ପ୍ରଥମ ସଫଳତା ଦେଇଥିଲେ। ୧୦ ରନ ସ୍କୋରରେ ଆଜିଙ୍କ୍ୟ ରାହାଣେ ୨ ରନ କରି ବିଦାୟ ନେଇଥିଲେ। ୧୦ ରନରେ ୨ ଓ୍ଵିକେଟ୍  ହରାଇ ଚାପରେ ପଡିଥିବା ଦିଲ୍ଲୀ ଇନିଂସକୁ ଶିଖର ଧାଓ୍ଵନ ଓ ଅଧିନାୟକ ଶ୍ରେୟସ ଆୟର ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍‌ରେ ୮୫ ରନ କରି ସ୍ଥିତି ଦୃଢ କରିଥିଲେ।

ଶିଖର ଧାଓ୍ଵନ ଆଇପିଏଲ କ୍ୟାରିୟରରେ ୩୯ ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଧାଓ୍ଵନଙ୍କୁ ଆଉଟ୍ କରି ଶ୍ରେୟାସ ଗୋପାଲ ଏହି ଯୋଡିକୁ ଭାଙ୍ଗିଥିଲେ। ଧାଓ୍ଵନ ୩୩ ବଲରୁ ୬ ଚୌକା ଓ ୨ ଛକା ସହ ୫୭ ରନ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଅଧିନାୟକ ଇନିଂସ ଖେଳି ଆଇପିଏଲରେ ୧୫ତମ ଅର୍ଦ୍ଧଶତକ ହାସଲ କରିଥିଲେ। ୧୩୨ ତମ ସ୍କୋରରେ ଶ୍ରେୟସ କାର୍ତ୍ତିକ ତ୍ୟାଗୀଙ୍କ ବଲରେ ଆଉଟ୍  ହୋଇଥିଲେ। ସେ ୪୩ ବଲରୁ ୩ ଚୌକା ଓ ୨ ଛକା ସହ ୫୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ସେ ମାର୍କସ ଷ୍ଟୋଇନିସଙ୍କ ସହ ଚତୁର୍ଥ ଓ୍ଵିକେଟ୍‌ରେ ୩୭ ରନ ଯୋଡିଥିଲେ।

ଏହା ପରେ ମାର୍କସ ଷ୍ଟୋଇନିସ୍ ୧୮ ରନ କରି ପଞ୍ଚମ ଖେଳାଳି ଭାବେ ଆଉଟ୍ ହୋଇଥିଲେ। ଶେଷ ଆଡକୁ ଆଲେକ୍ସ କ୍ୟାରି ୧୪ ରନ କରି ପାଭିଲିୟନ ଫେରିଥିଲେ। ଅକ୍ଷର ପଟେଲ ୭ ରନ କରି ଶେଷ ବଲରେ ଆଉଟ୍ ହୋଇଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୧ ରନ କରିଛି।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ସଫଳ ବୋଲର ଭାବେ ୧୯ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଜୟଦେବ ଉନାଦକତ ୨, କାର୍ତ୍ତିକ ତ୍ୟାଗୀ ୧ ଓ ଶ୍ରେୟସ ଗୋପାଲ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

   Related Posts