ବଢିଲା କରୋନା ବିପଦ: ଅଭିଭାବକ ବି ରାଜି ନୁହନ୍ତି, ଅକ୍ଟୋବର ୫ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ

Published By : Prameya-News7 Bureau | September 18, 2020 IST

ନୂଆଦିଲ୍ଲୀ ୧୮।୦୯: କରୋନା  ଭାଇରସ୍‌ର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରାଜଧାନୀରେ ଅକ୍ଟୋବର ୫ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହି ସମୟରେ ଅନ୍‌ଲାଇନ୍ କ୍ଲାସ ଜାରି ରହିବ। ଏହି ସମ୍ବନ୍ଧରେ ଶୁକ୍ରବାର ଦିଲ୍ଲୀ ସରକାର ସର୍କୁଲାର ଜାରି କରିଛନ୍ତି। ଅନ୍ୟପଟେ  ଅଭିଭାବକ ମଧ୍ୟ ଏମିତି ସ୍ଥିତିରେ ପିଲାଙ୍କୁ ସ୍କୁଲ ଛାଡିବାକୁ ପ୍ରସ୍ତୁତ ନାହାନ୍ତି।

କରୋନା ଭାଇରସ୍ ସଂକ୍ରମଣର ବଢୁଥିବା ମାମଲାକୁ ଦେଖି ଅଧିକାଂଶ ରାଜ୍ୟ ସରକାର ଏବେ ମଧ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ହରିୟାଣା ପରି ରାଜ୍ୟରେ ସ୍କୁଲ ଖୋଲୁଛି। କିନ୍ତୁ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଗୁଜରାଟରେ ସ୍କୁଲ ଖୋଲା ଯାଉ ନାହିଁ। ଏବେ ଏହି ତାଲିକାରେ ଦିଲ୍ଲୀ ମଧ୍ୟ ସାମିଲ ହୋଇ ଯାଇଛି।

ଦିଲ୍ଲୀ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲ ଡକାଯାଇପାରେ। ସରକାରୀ, ଘରୋଇ, ଆଡେଡ୍ ଓ ଏମସିଡି ସମେତ ଦିଲ୍ଲୀ ସମସ୍ତ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସର୍କୁଲାର ବିଷୟରେ କର୍ମଚାରୀ, ଅଭିଭାବକ ଓ ଛାତ୍ରଙ୍କୁ ଫୋନ୍‌ କଲ/ଏସଏମଏସ କିମ୍ବା ଅନ୍ୟ ମାଧ୍ୟମରେ ସୂଚନା ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.