ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ! ନୋଏଡା ହସ୍ପିଟାଲ ନିକଟରୁ ଠାବ ହେଲା ବୋମା

Published By : Prameya-News7 Bureau | January 22, 2021 IST

ନୂଆଦିଲ୍ଲୀ, ୨୨/୦୧ :  ଉତ୍ତର ପ୍ରଦେଶର ନୋଏଡାରେ ଶୁକ୍ରବାର ବୋମା ପଡିଥିବା ସୂଚନା ମିଳିବା ପରେ ଭୟର ବାତାବରଣ ଖେଳିଯାଇଛି । ସେକ୍ଟର ୬୩ ସ୍ଥିତ ଜିଲ୍ଲା ହସ୍ପିଟାଲ ନିକଟରେ ବୋମା ଠାବ ହୋଇଥିବା ସୂଚନା ମିଳିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ଖବର ପାଇ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଁଚି ଏହାକୁ ନିଷ୍କ୍ରିୟ କରିବାକୁ ପ୍ରୟାସ କରୁଛନ୍ତି । ପୋଲିସର କହିବାନୁସାରେ, ଜିଲ୍ଲା ହସ୍ପିଟାଲ ନିକଚରେ ଥିବା ରାସ୍ତାରେ ଏକ ବୋମା ଠାବ ହୋଇଛି । ଏହାପରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସ୍ଥାନୀୟ ଲୋକେ ବୋମା ଦେଖି ପୋଲିସକୁ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଗଣତନ୍ତ୍ର ଦିବସକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଦିଲ୍ଲୀ ସମେତ ଏନସିଆରରେ ସତର୍କତା ଅବଲମ୍ବନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର କୈଳାଶ ହସ୍ପିଟାଲ ନିକଟରୁ ଏକ ବୋମା ଠାବ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.