Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ସୁଚିନ୍ତିତ ଯୋଜନା ଥିଲା ୨୦୨୦ ଦିଲ୍ଲୀ ଦଙ୍ଗା, ଆଇନ ବ୍ୟବସ୍ଥାକୁ ଧ୍ବସ୍ତ କରିବାକୁ ହୋଇଥିଲା ଷଡଯନ୍ତ୍ର’ : ହାଇକୋର୍ଟ

28/09/2021 at 12:14 PM

ନୂଆଦିଲ୍ଲୀ ୨୮/୦୯ : ଭାରତ ଇତିହାସରେ ଦିଲ୍ଲୀ ଦଙ୍ଗା ଏକ କଳା ଇତିହାସ ହୋଇ ରହିଛି । ଦେଶର ଛାତି ଉପରେ ଯେଉଁ ଦଙ୍ଗା ହୋଇଥିଲା ତାହା ଏବେ ବି ମନେପଡିଲେ ଛାତି ଥରିଉଠୁଛି । ୨୦୨୦ ମସିହା ଫେବୃଆରୀ ୨୩ ତାରିଖରେ ଦିଲ୍ଲୀ ଦେଖିଥିଲା ଭୟଙ୍କର ଦୃଶ୍ୟ । ଏବେ ଏହାକୁ ନେଇ ଏକ ବଡ ରାୟ ଦେଇଛନ୍ତି ହାଇକୋର୍ଟ ।

ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରି କୋର୍ଟ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ତାହା ଜାଣିଲେ ଯେ କେହି ତାଜୁବ ହୋଇଯିବେ । ଦିଲ୍ଲୀରେ ହୋଇଥିବା ଦଙ୍ଗା ପୂର୍ବ ନିର୍ଦ୍ଧାରିତ ଥିଲା । ଏହା ଅଚାନକ୍‌ ହୋଇନଥିଲା ବରଂ ସୁଚିନ୍ତିତ ଉପାୟରେ ବହୁ ପୂର୍ବରୁ ଏଭଳି ନାରକୀୟ କାଣ୍ଡ ଭିଆଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଘଟଣାର କିଛି ଭିଡିଓ ଜରିଆରେ ଏଭଳି କହିଛନ୍ତି କୋର୍ଟ ।

13 Ways You Can Play Your Part & Help Delhi Riot Victims Right Now -  Homegrown

ସୂଚନାଯୋଗ୍ୟ, ଗତ ସୋମବାର ଦିଲ୍ଲୀ ଦଙ୍ଗା ଘଟଣାରେ ଅଭିଯୁକ୍ତମାନେ ଜାମିନ ପାଇଁ ଆବେଦନ କରିଥିଲେ । ତେବେ ଜାମିନ ଆବେଦନକୁ ତୁରନ୍ତ ରଦ୍ଦ କରିବା ସହ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି କୋର୍ଟ । ଶୁଣାଣି କରି କୋର୍ଟ କହିଛନ୍ତି, ‘ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ଏବଂ ଆଇନ ବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ ସୁଚିନ୍ତିତ ଭାବେ ଯୋଜନା ପ୍ରସ୍ତୁତ କରାଯାଇଥିଲା ।’

Delhi Riots 2020: Where Were The Leaders When Goons Killed, Burned And  Looted? | Outlook India Magazine

ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ‘ଭିଡିଓ ମୁତାବକ ପ୍ରଦର୍ଶନକାରୀଙ୍କ ଆଚରଣରୁ ଜଣାପଡୁଥିଲା ଯେ ଆଇନ ବ୍ୟବସ୍ଥା ଏବଂ ଜନଜୀବନକୁ ପ୍ରଭାବିତ କରିବା ପାଇଁ ହିଁ ପୂର୍ବ ନିର୍ଦ୍ଧାରିତ ଭାବେ ହିଂସାକାଣ୍ଡ ଘଟିଥିଲା । ଅର୍ଥାତ ଏହା ପୁରାପୁରି ଭାବେ ସୁଚିନ୍ତିତ ଯୋଜନା ଥିଲା । ଅତ୍ୟନ୍ତ ଅମାନୁଷିକ ଭାବେ ପୋଲିସର ଏକ ଟିମ ଉପ​‌ରେ ଦଙ୍ଗାକାରୀମାନେ ଲାଠି, ହକି ଷ୍ଟିକ୍‌ ଏବଂ ବ୍ୟାଟ୍‌ରେ ଆକ୍ରମଣ କରୁଥିଲେ । ବିରୋଧ ପ୍ରଦର୍ଶନ ବେଳେ ଆକ୍ରମଣକାରୀମାନେ ଖଣ୍ଡା ମଧ୍ୟ ଧରିଥିଲେ ।’

Delhi riots: Massive stockpiling of arms caught cops off guard - Oneindia  News

ସୂଚନାଯୋଗ୍ୟ, ୨୦୨୦ ଫେବୃଆରୀ ୨୩ ତାରିଖରେ ଆରମ୍ଭ ହୋଇ ଫେବୃଆରୀ ୨୯ ତାରିଖରେ ଶେଷ ହୋଇଥିଲା ଦିଲ୍ଲୀ ଦଙ୍ଗା । ସରକାରୀ ଭାବେ କହିବାକୁ ଗଲେ ପ୍ରାୟ ୫୩ ଜଣଙ୍କର ଏଥିରେ ମୃତ୍ୟୁ ହୋଇଥିଲା । ଯେଉଁଥିରେ ୩୬ ଜଣ ମୁସଲିମ ଏବଂ ୧୫ ଜଣ ହିନ୍ଦୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଚିହ୍ନଟ କରାଯାଇ ପାରିନଥିଲା । ତେବେ ବେସରକାରୀ ଭାବେ କହିବାକୁ ଗଲେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଶୁଣାଯାଏ । ଦଙ୍ଗାରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ଏବଂ ୨୨୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଥିଲା ।

Death toll rises to 24 from Delhi riots during Trump India trip | PBS  NewsHour

   Related Posts