୨୪ରେ ପହଞ୍ଚିଲା ଦିଲ୍ଲୀ ଦଙ୍ଗା ମୃତ୍ୟୁ ସଂଖ୍ୟା, ରୁଜୁ ହେଲା ୧୮ ଏତଲା, ୧୧୮ ଗିରଫ

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ ୨୬।୨: ଦିଲ୍ଲୀ ଦଙ୍ଗା ମୃତ୍ୟୁ ସଂଖ୍ୟା ବେଳକୁ ବେଳ ବଢିବାର ଲାଗିଛି। ବୁଧବାର ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୨୪କୁ ଛୁଇଁଥିବା ବେଳେ ବିଭିନ୍ନ ଥାନାରେ ଏପର୍ଯ୍ୟନ୍ତ ୧୮ଟି ଏତଲା ରୁଜୁ ହୋଇଥିବା ଜଣାପଡିଛି। ଉତ୍ତର-ପୂର୍ବ  ଦିଲ୍ଲୀରେ ପୋଲିସ ଓ ଅର୍ଦ୍ଧସାମରିକ ବଳ ଚାନ୍ଦ ବାଗ୍, ଜାଫରାବାଦ, ଭଜନପୁରା, ଯମୁନା ବିହାର ଓ ମୌଜପୁରରେ ଫ୍ଲାଗମାର୍ଚ୍ଚ କରିଛନ୍ତି। ଦଙ୍ଗାପ୍ରଭାବିତ ଅଞ୍ଚଳରେ ପୋଲିସ ଗିରଫଦାରୀ ଚାଲିଥିବା ବେଳେ ଏଯାଏଁ ୧୧୮ ଜଣ ଗିରଫ ହୋଇଛନ୍ତି।

{"id":229656,"sizeSlug":"large"}

ଦଙ୍ଗାପ୍ରଭାବିତ ଅଞ୍ଚଳରେ ବୁଧବାର ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଇଥିବା ବେଳେ ଆଜିର ପରୀକ୍ଷା ଗୁରୁବାରକୁ ପୁର୍ନଅନୁସୂଚୀତି ହୋଇଛି। ଉତ୍ତର-ପୂର୍ବ ଦିଲ୍ଲୀର ୮୦ଟି ସ୍କୁଲରେ ଏହି ପରୀକ୍ଷା ପ୍ରଭାପିତ ହୋଇଛି। ଦଙ୍ଗାରେ ଗୁରୁତର ଆହତ ଆଉ ୨ ଜଣଙ୍କର ବୁଧବାର ଦିଲ୍ଲୀ ଏଲଏନଜେପି ହସ୍ପିଟାଲର ମୃତ୍ୟୁ ହେବା ଯୋଗୁ ମୃତ୍ୟୁ ସଂଖ୍ୟା ୨୪ରେ ପହଞ୍ଚିଛି। ସେପଟେ ଦିଲ୍ଲୀ ସରକାର ଦଙ୍ଗାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟସମ୍ପର୍କିୟଙ୍କୁ ଦିଲ୍ଲୀ ସରକାର ୨ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ସେହିପରି ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ।

{"id":229657,"width":579,"height":434,"sizeSlug":"large"}

କଂଗ୍ରେସ ନେତା କରଣ ସିଂହ ସହରର ହିଂସା ଉପଦ୍ରୁତ ଅଞ୍ଚଳରେ ସେନା ମୁତୟନ ନିମନ୍ତେ ଦାବି କରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପରେ ମାମଲାର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ଦଙ୍ଗାପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଆପ୍ ନେତା ସଞ୍ଜୟ ସିଂହ ମଧ୍ୟ ଯାଇଥିଲେ। ତେବେ ମଙ୍ଗଳବାର ଭଳି ଦିଲ୍ଲୀରେ ବୁଧବାର ଏତେଟା ହିଂସାକାଣ୍ଡ ହୋଇନଥିବା ବେଳେ ପିସିଆର କଲ ହାର ମଧ୍ୟ କମିଛି।

{"id":229659,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.