Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଦିଲ୍ଲୀ ଦଙ୍ଗା: ଶାହରୁଖ ପାଠନ ବିରୋଧରେ ‘ଚାର୍ଜ ଫ୍ରେମ’କଲେ କୋର୍ଟ, ରୁଜୁ ହେଲା ଆଟେମ୍ପଟ୍ ଟୁ ମର୍ଡର କେସ୍

8/12/2021 at 8:29 PM

ନୂଆଦିଲ୍ଲୀ ୮।୧୨:  ଗତବର୍ଷ ଦିଲ୍ଲୀ ଦଙ୍ଗା କାଳରେ ଏକ ଫଟୋ ଭାଇରାଲ ହୋଇଥିଲା। ଜଣେ ଦଙ୍ଗାକାରୀ ଯୁବକ ବନ୍ଧୁକ ଦେଖାଉଥିବାର ଏହି ଫଟୋରେ ଥିବା ବ୍ୟକ୍ତି ଦିଲ୍ଲୀର ଶାହରୁଖ ପଠାନ ଭାବେ ଚିହ୍ନଟ ହୋଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ତିହାର ଜେଲରେ ବନ୍ଦୀ ଥିବା ଶାହରୁଖଙ୍କ ବିରୋଧରେ ଦିଲ୍ଲୀ କୋର୍ଟ ବୁଧବାର ଚାର୍ଜ ଫ୍ରେମ କରିଛନ୍ତି। ମାମଲାର ଶୁଣାଣିରେ ଅତିରିକ୍ତ ସେସନସ୍‌ ଜଜ୍ ଅମିତାଭ ରାବତ  ସେ ଦଙ୍ଗାର ନେତୃତ୍ୱ ନେଇଥିବା ସ୍ପଷ୍ଟ ଜଣାପଡୁଛି ବୋଲି କହିବା ସହ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛନ୍ତି।

୨୪ ଫେବୃଆରୀ ୨୦୨୦ରେ ଦିଲ୍ଲୀ ମୌଜପୁର ଅଞ୍ଚଳରେ ଦଙ୍ଗାକାରୀ ବ୍ୟାପକ ପୋଡାଜଳା କରିବା ସହ ଟେକାପଥର ମାଡ କରିଥିଲେ। ଏଥିରେ ଶାହରୁଖ ପଠାନ ବିଚ୍‌ ରାସ୍ତାରେ ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ମାଉଜର ତାନିଦେଇଥିଲେ। ଏହି ଫଟୋ ସାରା ଦେଶର ଗଣମାଧ୍ୟମରେ ଭାଇରାଲ ହେବା ପରେ ପୋଲି ୩ ମାର୍ଚ୍ଚ ୨୦୨୦ରେ ଶାହରୁଖକୁ ଦିଲ୍ଲୀ ମୁସ୍ତଫାବାଦରୁ ଗିରଫ କରିଥିଲା।

ମୌଜପୁର ଦଙ୍ଗାରେ ଶାହରୁଖ ଦିଲ୍ଲୀ ପୋଲିସର କନଷ୍ଟେବଲ ଦୀପକ ଦହିୟାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲା। ସେତେବେଳେ ଦୀପକ କେବଳ ଦଙ୍ଗାକାରୀଙ୍କୁ ଘଉଡାଇବା ଲାଗି ଏକ ଲାଠି ଓ ଢେଲାପଥର ମାଡରୁ ନିଜକୁ ରକ୍ଷା କରିବା ଲାଗି ଏକ ଫେନ୍ସ ଧରିଥିଲେ।  ଏଣୁ ବିଚାରପତି ଜଷ୍ଟିସ୍ ରାବତ ଶାହରୁଖ ବିରୋଧରେ ଆଇପିସିର ଧାରା ୩୦୭ ( ହତ୍ୟା ଉଦ୍ୟମ), ୧୪୭ ( ଦଙ୍ଗା କରିବା), ୧୪୮ (ଦଙ୍ଗାରେ ଘାତକ ଅସ୍ତ୍ର ବ୍ୟବହାର କରିବା), ୧୮୬ (ସରକାରୀ କର୍ମଚାରୀକୁ ଦାୟିତ୍ୱ ତୁଲାଇବାରେ ବାଧା ଦେବା) ଓ ୧୮୮ ( ଲୋକ ସେବକଙ୍କ ଦ୍ୱାରା ବିଧିବତ ଆଜ୍ଞାର ଅବଜ୍ଞା କରିବା)ରେ ମୋକଦ୍ଦମା ରୁଜୁ କରିଛନ୍ତି।

ତେବେ ତାଙ୍କ ବିରୋଧରେ ଅଭିଯୋଗକୁ ଶାହରୁଖ ଅସ୍ୱୀକାର କରିଛନ୍ତି। ସେ ମାମଲାରେ ନ୍ୟାୟାଳୟଙ୍କ ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ବୋଲି ସୂଚିତ କରିଥିବା ବେଳେ ତା ବିରୋଧରେ ଆଗତ ଆଇପିସିର ଧାରା ୩୦୭ ଓ ୧୮୮ ପ୍ରତ୍ୟାହାର ଲାଗି ନିବେଦନ କରିଛି। କାରଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବା ଲାଗି ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା କି ସମ୍ପୃକ୍ତ ଅଞ୍ଚଳରେ ଆଇନର ଧାରା ୧୪୪ ଜାରି ଥିବା ସେ ଜାଣିନଥିଲା ବୋଲି କହିଛି।

ତେବେ ଏହି ଫଟୋ ପ୍ରସଙ୍ଗରେ କନଷ୍ଟେବଲ ଦହିୟା ଦେଇଥିବା ବୟାନରେ ଶାହରୁଖ ଗୁଳି ଚଳାଇଥିଲା ଓ ଏଥିରୁ ସେ ନିଜକୁ ଅଳ୍ପକେ ରକ୍ଷା କରିଥିବା କହିଥିଲେ। ଏହା ପୂର୍ବରୁ ଦିଲ୍ଲୀ ଦଙ୍ଗା ମାମଲାରେ କଡକଡଡୁମା କୋର୍ଟ ମଙ୍ଗଳବାର ଜଣେ ହିନ୍ଦୁ ଦଙ୍ଗାକାରୀକୁ ମୁସଲମାନଙ୍କ ଘର ଜଳାଇବା ଓ ଲୁଟପାଟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ କୋର୍ଟ ଡିସେମ୍ବର ୨୨ ତାରିଖରେ ଦଣ୍ଡ ଘୋଷଣା କରିବେ।

   Related Posts