Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଶାଢ଼ୀ ପିନ୍ଧିଥିବାରୁ ମହିଳାଙ୍କୁ ରେଷ୍ଟୁରାଣ୍ଟରେ ମିଳିଲାନି ଅନୁମତି: ଭିଡିଓ ଭାଇରାଲ ପରେ ବିବାଦ

22/09/2021 at 4:17 PM

ନୂଆଦିଲ୍ଲୀ ୨୨/୦୯ : ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳାଙ୍କୁ କୁହାଯାଉଛି ଯେ ସେ ଶାଢ଼ୀ ପିନ୍ଧି ରେଷ୍ଟୁରାଣ୍ଟ ଭିତରକୁ ଆସିପାରିବେନି। ଏହି ୧୬ ସେକେଣ୍ଡର ଭିଡିଓରେ ଜଣେ ପୁରୁଷ ଏବଂ ମହିଳା (ସମ୍ଭବତ ରେଷ୍ଟୁରାଣ୍ଟ କର୍ମଚାରୀ) ନଜର ଆସିଛନ୍ତି। ଭିଡିଓରେ ଦାବି କରାଯାଇଛି ଯେ ରେଷ୍ଟୁରାଣ୍ଟର ଅନ୍ୟ ଜଣେ ମହିଳା କର୍ମଚାରୀ ନିଜେ କହିଛନ୍ତି ଯେ ଭିତରକୁ ଶାଢ଼ୀ ଅନୁମତି ନାହିଁ। ଆମେ ଆପଣଙ୍କୁ ସ୍ମାର୍ଟ କାଜୁଆଲ୍ ଲୁକ ଅନୁମତି ଦେଉଛୁ, କିନ୍ତୁ ଆପଣଙ୍କୁ ଶାଢ଼ୀ ପିନ୍ଧି ଭିତରକୁ ଯିବାକୁ ଅନୁମତି ନାହିଁ। ଏହି ଭିଡିଓରେ ଲେଖିକା ଶେଫାଳି ବୈଦ୍ୟ ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି,’ ଶାଢ଼ୀ ସ୍ମାର୍ଟ ୱେୟାର ନୁହେଁ ବୋଲି କିଏ କହୁଛି ? ମୁଁ ଆମେରିକା, ୟୁଏଇ ସହ ୟୁକେର ସବୁଠାରୁ ଭଲ ରେଷ୍ଟୁରାଣ୍ଟରେ ଶାଢ଼ୀ ପିନ୍ଧିଛି। ମୋତେ କେବେ କେହି ରୋକି ନାହାନ୍ତି। ଆଉ ଭାରତରେ ଏକ aquila restaurant ଡ୍ରେସ କୋଡ଼ ଲାଗୁ କରି ଧାର୍ଯ୍ୟ କରୁଛି ଯେ ଶାଢ଼ୀ ସ୍ମାର୍ଟ ନୁହେଁ। ଆଶ୍ଚର୍ଯ୍ୟଜନକ ।’

ଭିଡିଓ ସେପ୍ଟେମ୍ବର ୨୦ ତାରିଖରେ ଅପଲୋଡ଼ ହୋଇଥିଲା। ସାମ୍ବାଦିକ ଅନିତା ଚୌଧୁରୀ ଏକ ଭିଡିଓରେ ଗୃହମନ୍ତ୍ରୀ, ଦିଲ୍ଲୀ ପୋଲିସ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ମହିଳା ଆୟୋଗକୁ ଟ୍ୟାଗ କରିଛନ୍ତି। ଭିଡିଓ ଟ୍ୟାଗ କରି ସେ ଲେଖିଛନ୍ତି, ‘ଅକ୍ୱିଲା ରେଷ୍ଟୁରାଣ୍ଟକୁ ଶାଢ଼ୀ ପିନ୍ଧି ଯିବାକୁ ଅନୁମତି ନାହିଁ କାରଣ ଭାରତୀୟ ଶାଢ଼ୀ ସ୍ମାର୍ଟ ଲୁକ ନୁହେଁ। ସ୍ମାର୍ଟ ଲୁକର ପରିଭାଷା କଣ ମୋତେ କୁହନ୍ତୁ। ଦୟାକରି ସ୍ମାର୍ଟ ଲୁକର ଡେଫିନେସନ କୁହନ୍ତୁ ଯେପରି ମୁଁ ଶାଢ଼ୀ ପିନ୍ଧିବା ବନ୍ଦ କରିଦେବି।’

ଜନସାଧାରଣ ଏହି ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି। ସନାତନି ନାମକ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି- ‘ଯେକୌଣସି ସଂସ୍ଥା ଯିଏ ଭାରତୀୟ ପୋଷାକକୁ ଚିହ୍ନି ନଥାଏ ତାକୁ ଭାରତରେ ବ୍ୟବସାୟ କରିବାର ଅଧିକାର ନାହିଁ। ବ୍ରିଟିଶ ବୋର୍ଡ ମନେପଡିଯାଇଥିଲା ଯେଉଁଥିରେ ଲେଖାଥିଲା – ‘କୁକୁର ଏବଂ ଭାରତୀୟଙ୍କୁ ଅନୁମତି ନାହିଁ। ଆମକୁ ଏବେ ସୁଦ୍ଧା ଔପନାସିକା ଦାସତ୍ୱରୁ ମୁକ୍ତି ମିଳିନାହିଁ।

   Related Posts