Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ରାଜଧାନୀ ଦିଲ୍ଲୀରେ କମୁଛି କରୋନା କୋପ: ମାର୍ଚ୍ଚ ୧୫ ପରେ ସବୁଠୁ କମ୍‌ ସଂକ୍ରମିତ ଚିହ୍ନଟ, ୦.୫୩ ପ୍ରତିଶତକୁ ଖସିଲା ସଂକ୍ରମଣ ହାର

5/06/2021 at 11:03 PM

ନୂଆଦିଲ୍ଲୀ ୫/୬: ରାଜଧାନୀ ଦିଲ୍ଲୀରେ କରୋନା କୋପ କମୁଛି। ଏବେ ଦୈନିକ ସଂକ୍ରମଣ ୫୦୦ ତଳକୁ ଖସିଆସିଛି। ଶନିବାର ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୪୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଦିଲ୍ଲୀରେ ଏବେ ସକ୍ରିୟ ମାମଲା ମଧ୍ୟ କମିଛି। ଏବେ ରାଜ୍ୟରେ ୬,୭୩୧ ଆକ୍ଟିଭ୍ ମାମଲା ରହିଛି। ସଂକ୍ରମଣ ହାର ୦.୫୩ ପ୍ରତିଶତକୁ ଖସିଆସିଥିବା ବେଳେ ମାର୍ଚ୍ଚ ୧୫ ପରଠୁ ସବୁଠୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ମାର୍ଚ୍ଚ ୧୦ ପରେ ଆଜି ସବୁଠୁ କମ୍‌ ସଂକ୍ରମଣ ହାର ରହିଛି। ଏବେ ଯାଏ ଦିଲ୍ଲୀରେ ୧୪,୨୮୮୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୬୦ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ। ୬୦ ମୃତ୍ୟୁ ସହ ରାଜଧାନୀରେ ଏବେ ଯାଏ ମୋଟ ୨୪,୫୫୭ ଜଣ ପ୍ରାଣ ହରାଇଛନ୍ତି। କିନ୍ତୁ ଚିନ୍ତାର ବିଷୟ କେସ୍‌ ଫାଟାଲିଟି ରେଟ୍‌ (ସିଏଫଆର) ୧.୭୨ ପ୍ରତିଶତକୁ ବୃଦ୍ଧି ପାଇଛି।

ଗୋଟିଏ ଦିନରେ ଦିଲ୍ଲୀରେ ୭୭,୬୯୪ ସାମ୍ପଲ ପରୀକ୍ଷା ହୋଇଛି। ସେହିଭଳି ସୁସ୍ଥ ହାର ବୃଦ୍ଧି ପାଇଥିବା ବେଳେ ୨୪ ଘଣ୍ଟାରେ ୧୬୮୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ରାଜ୍ୟରେ ସୁସ୍ଥ ହାର ୯୭.୮୧ ପ୍ରତିଶତରେ ପହଞ୍ଚିଥିବା ବେଳେ ଏହା ମାର୍ଚ୍ଚ ୧୮ ପରଠୁ ସର୍ବାଧିକ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୧୮ରେ ସୁସ୍ଥ ହାର ୯୭.୮୫% ଥିଲା। ସଂକ୍ରମିତଙ୍କ ମଧ୍ୟରେ ସକ୍ରିୟ ମାମଲା ୦.୪୭ ପ୍ରତିଶତକୁ ଖସିଆସିଥିବା ବେଳେ ୨୮୫୫ ଜଣ ଆକ୍ରାନ୍ତ ଏବେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି।

   Related Posts