ଅଢ଼େଇ ମାସ ପରେ ଦିଲ୍ଳୀରେ ସବୁଠୁ କମ୍‌ ସଂକ୍ରମିତ ଚିହ୍ନଟ, ୨୪ ଘଣ୍ଟାରେ ୪୫ ଜୀବନ ନେଲା କରୋନା

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୩/୬: ଦେଶର ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି। ଗୁରୁବାର କେବଳ ୪୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ଅଢ଼େଇ ମାସ ମଧ୍ୟରେ ସବୁଠୁ କମ । ରାଜ୍ୟରେ ସଂକ୍ରମଣ ହାର କମି ୦.୬୧ ପ୍ରତିଶତରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୪୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୪୫ ଜଣ ପ୍ରାଣ ହରାଇଛନ୍ତି।

ଏହି ସମୟରେ ୧୦୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ଦିଲ୍ଳୀରେ କେବଳ ୮,୭୪୮ ସକ୍ରିୟମ ସଂକ୍ରମିତ ଅଛନ୍ତି । ବୁଧବାର ଦିଲ୍ଲୀରୁ ୫୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାପରେ ସେଠାରେ ସଂକ୍ରମଣ ହାର ୦.୭୮ ପ୍ରତିଶତରେ ପହଞ୍ଚିଥିଲା। ଏହା ସହ ୧୦୩ ଜଣ ଆକ୍ରାନ୍ତ ଜୀବନ ମଧ୍ୟ ଯାଇଥିଲା। ଦିଲ୍ଲୀରେ ମଙ୍ଗଳବାର ସବୁଠୁ କମ୍‌ ୬୨୩  ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେହିଭଳି ସୋମବାର ୬୪୮ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୮୬ ଜଣଙ୍କ ଜୀବନ ନେଇଥିଲା କରୋନା। ରବିବାର ଦିନ ୯୪୬ ଆକ୍ରାନ୍ତ ମିଳିଥିଲେ। ଏହା ସହ ୭୮ ଜଣ ପ୍ରାଣ ହରାଇଥିଲେ। ଦେଶରେ କରୋନାର ଦ୍ବିତୀୟ ଲହର ଉପସ୍ଥିତି ଜାହିର କରିବା ପରେ ଏପ୍ରିଲରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଥିଲା। ୩ ମେ’ରେ ୨୪ ଘଣ୍ଟାରେ ସର୍ବାଧିକ ୪୪୮ ଜଣ ପ୍ରାଣ ହରାଇଥିଲେ। କିନ୍ତୁ ଗତ କିଛି ଦିନ ହେଲା ଦିଲ୍ଲୀରେ ସଂକ୍ରମଣ କମୁଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.