Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଦିଲ୍ଲୀରେ କମୁଛି କରୋନା କୋପ: ୨୪ ଘଣ୍ଟାରେ ୨୨୬୦ ସଂକ୍ରମିତ ଚିହ୍ନଟ, ୭ ହଜାରରୁ ଅଧିକ ସୁସ୍ଥ

22/05/2021 at 4:11 PM

ନୂଆଦିଲ୍ଲୀ ୨୨/୫: ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର ଘାତକ ସାଜିଛି। ଗତ ୨୪ ଘଣ୍ଟାରେ ଦେଶରେ ୨.୫୭ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧୯୪ ଜଣ ପ୍ରାଣ ହରାଇଛନ୍ତି। କିନ୍ତୁ ରାଜଧାନୀ ଦିଲ୍ଲୀରେ ଲଗାତାର ସଂକ୍ରମଣ କମୁଥିବା ଦେଖିବାକୁ ମିଳିଛି। ଏହା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ଘଟିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୨୬୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୮୨ ଜଣଙ୍କ ଜୀବନ ନେଇଛି ଭୂତାଣୁ।

ଏବେ ସଂକ୍ରମଣ ହାର କମି ୩.୫୮ ପ୍ରତିଶତ ହୋଇଥିବା ବେଳେ ଶୁକ୍ରବାର ଏହା ୪.୭୬ ପ୍ରତିଶତ ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ ଆଜି ୬,୪୫୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କିନ୍ତୁ ଶୁକ୍ରବାର ଏହି ସଂଖ୍ୟା ୭,୨୮୮ ଥିଲା । ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଦିଲ୍ଲୀରେ ଏବେ ସୁଦ୍ଧା ମୋଟ ୧୪,୧୫,୨୧୯ ଜଣ କରୋନା ସଂକ୍ରମିତ ହୋଇସାରିଛନ୍ତି।

ରାଜଧାନୀ ଦିଲ୍ଲୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମି ୩୧୩୦୮ ରେ ପହଞ୍ଚିଛି ।  ୧୩, ୬୦,୮୯୮ ଆକ୍ରାନ୍ତ ମହାମାରୀକୁ ମାତ ଦେଇ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ଏବେ ସୁଦ୍ଧା ମୋଟ ୨୩,୦୧୩ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୬୩,୧୫୫ ଟେଷ୍ଟିଂ କରାଯାଇଛି। ରାଜ୍ୟରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା କମିଛି। ଏବେ ଦିଲ୍ଲୀରେ ୪୮,୪୨୯ କଣ୍ଟେନମେଣ୍ଟ ଜୋନ୍‌ ରହିଛି। 

   Related Posts