ଆସନ୍ତା କାଲି ଦିଲ୍ଲୀରେ ବସିବ ଜି ଏସ ଟି ପରିଷଦ ବୈଠକ
Published By : Prameya-News7 Bureau | July 20, 2018 IST
ଆସନ୍ତା କାଲି ଦିଲ୍ଲୀରେ ବସିବ ଜି ଏସ ଟି ପରିଷଦ ବୈଠକ | ଶାଳ ତିଆରି ଖଲି ପତ୍ର ଉପରୁ ଟିକସ ଛାଡ଼ କରିବାକୁ ଦାବି କରିବେ ରାଜ୍ୟ ସରକାର | ଗୁଜରାଟରେ ଖଦି ଓ ହସ୍ତଶିଳ୍ପ ଉପରେ ଜି ଏସ ଟି ଲାଗୁ ଯୋଗୁ ୫ ଲକ୍ଷ ଓଡ଼ିଆ ଶ୍ରମିକ ହାତ ବାନ୍ଧି ବସିଛନ୍ତି | ଗୁଜରାଟ ବୁଣାକାର ସଂଘ ଉପରେ ଚାପ ପକେଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି | କେନ୍ଦ୍ର ସରକାର ଜି ଏସ ଟି ଲାଗୁ କରିବା ଯୋଗୁ ଅଧାରୁ ଅଧିକ ଶିଳ୍ପ ବନ୍ଦ ହୋଇଗଲାଣି | ଆସନ୍ତା କାଲି ବୈଠକରେ ଏଇ ପ୍ରସଙ୍ଗ ଉଠେଇବେ ରାଜ୍ୟ ସରକାର | ଦରକାର ପଡିଲେ ଗୋଟେ ଟିମ ଯାଇ ଗୁଜରାଟରେ ସ୍ଥିତି ପରଖିବା ବୋଲି ଅର୍ଥ ମନ୍ତ୍ରୀ ସସିଭୂଷଣ ବେହେରା କହିଛନ୍ତି